ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ସମ୍ମିଳନୀ କକ୍ଷଠାରେ ଝରିଗାଁ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅଗଷ୍ଟ ୯ରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ପାଳନ ଝରିଗାଁ ବ୍ଲକଠାରେ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଏହି ବର୍ଷ କିପରି ଆଡମ୍ବରରେ ପାଳନ କରାଯିବ ତାହା ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ସହ ପରିଚାଳନା କମିଟି ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ଏହା ସହ ଝରିଗାଁ ବ୍ଲକ ଠାରେ ଏକ ବ୍ଲକ ସଂସ୍କୃତି ବୈଠକ ହଲ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବା ନେଇ ଆଲୋଚନା କରାଯାଇଥିଲା। ଏବଂ ଝରିଗାଁ- ଡାବୁଗାଁ ମୁଖ୍ୟରାସ୍ତା ନିର୍ମାଣଧିନ କୋର୍ଟ ସମ୍ମୁଖରେ ଜାଗା ନେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚର ସଭାପତି ଘନ ମାଝୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଦକ୍ଷିଣ ଆଦିବାସୀ ମହାସଂଘ ଜିଲ୍ଲା ସଂଯୋଜକ ସାହେବ ସାନ୍ତା, ଜିଲ୍ଲା ଜନଜାତି ଉପସଭାପତି ପଦ୍ମମନ ସାନ୍ତା, କର୍ମଚାରୀ ସଂଘ ସଂଯୋଜକ ଚନ୍ଦ୍ର ପୂଜାରୀ, ଝରିଗାଁ ବ୍ଲକଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ଦିବାକର ହଲବା, କୋଷାଧ୍ୟକ୍ଷ ସୁକଚନ୍ଦ ମାଝୀ, ବରିଷ୍ଠ ସମାଜ ସେବୀ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ଏବଂ ୯ ଗୋଟି ଆଦିବାସୀ ସମ୍ପ୍ରଦାୟର ସଭାପତି, ସମାଜ ମୁଖ୍ୟ ମାନେ ଯୋଗ ଦେଇଥିଲେ।