ରାଜେନ୍ଦ୍ର ସାମଲଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣା

ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଳୁକୁଣ୍ଡ ଥାନା ଘେରାଉ

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ରାହସଗୁହାଳି ଗ୍ରାମରେ ସାଧାରଣ ବଚସାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରାକ୍ଟର ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ୍ କରାଯାଇଥିବା ବେଳେ ସୌଭାଗ୍ୟ ବସତ ବ୍ୟକ୍ତି ଜଣଙ୍କ ବଞ୍ଚିଯାଇଛନ୍ତି। ମାତ୍ର ତାଙ୍କ ଗୋଡ଼ରେ ଗଭୀର ଆଘାତ ହେତୁ ସେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଅନ୍ୟ ପକ୍ଷରେ ଟ୍ରାକ୍ଟର ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଯୁବକ କୁଆଡେ ଜଣେ ସାଂସଦଙ୍କ ପିଏସଓଙ୍କ ଭାଇ ହୋଇଥିବାରୁ ପୁଲିସ ତାଙ୍କୁ ଗିରଫ କରିବା ପରିବର୍ତ୍ତେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଘଟଣା ଅନୁଯାଇ ଅଳକୁଣ୍ଡ ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ରାହାସ ଗୁହାଳି ଗ୍ରାମର କୈଳାସ ସାମଲ ଓ ରାଜେନ୍ଦ୍ର ସାମଲଙ୍କ ମଧ୍ୟରେ ଗତ ୪ ତାରିଖ ପୂର୍ବାହ୍ନରେ ରାସ୍ତାରେ ଗାଡି ପାସ କରିବାକୁ ନେଇ ବଚସା ହୋଇଥିଲା। ଯାହାକୁ ନେଇ ସେହିଦିନ ସଂନ୍ଧ୍ୟାରେ କୈଳାସଙ୍କ ପୁଅ ଲିପନ ସାମଲ ଓରଫ ସିଦ୍ଧାନ୍ତ ଏହାକୁ କେନ୍ଦ୍ର କରି ରାଜେନ୍ଦ୍ର ସାମଲଙ୍କ ଉପରେ ଟ୍ରାକ୍ଟର ଛଡାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ରାଜେନ୍ଦ୍ର ତଳେପଡ଼ି ଛଟପଟ ହେଉଥିବାବେଳେ ସିଦ୍ଧାନ୍ତ ବାରମ୍ବାର ତାଙ୍କ ଗୋଡ଼ ଉପରେ ଟ୍ରାକ୍ଟର ଚଢାଇ ଥିଲା। ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଉଭୟପକ୍ଷ ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆହତ ରାଜେନ୍ଦ୍ରଙ୍କ ପୁଅ ସନ୍ଦୀପଙ୍କୁ ମେଡିକାଲରୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଲିପନ ଓରଫ ସିଦ୍ଧାନ୍ତ କୁ ପୁଲିସ ଏଯାବତ ଗିରଫ କରି ନଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ଲିପନର ଭାଇ ଯାଜପୁର ସାଂସଦଙ୍କ ନିକଟରେ ପିଏସଓ ଭାବେ କାଯ୍ୟ କରୁଥିବାରୁ ପୁଲିସ ଚାପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଗ୍ରାମବାସୀ ଅଭିଯୋଗ କରି ଆଜି ଅଳକୁଣ୍ଡ ଥାନା ଘେରିଛନ୍ତି। ଘଟଣା ସମ୍ପର୍କରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାରେ ଦୁଇଟି ଅଭିଯୋଗ ହୋଇଛି। ଗୋଟିଏ ପକ୍ଷର ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି। ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି, ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ୍ୟ ପୁଲିସ ଗିରଫ କରିବ ବୋଲି ସେ କହିଛନ୍ତି।