କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସମଗ୍ର କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଥାନା ମାନଙ୍କରେ ହୋମଗାର୍ଡ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସେହି କ୍ରମରେ କେସିଙ୍ଗା ଆଦର୍ଶ ଥାନା ପାଇଁ ସର୍ବ ମୋଟ ୯ ଗୋଟି ହୋମଗାର୍ଡ ପଦବୀ ପୂରଣ ପାଇଁ ୮୩୪ ଜଣ ପ୍ରତିଯୋଗୀ ଫର୍ମ ପକାଇଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ୬୬ ଜଣ ମହିଳା ମଧ୍ୟ ରହିଛନ୍ତି। ଲିଖିତ ପରୀକ୍ଷା ସରିଯାଇଥିବା ବେଳେ ଅନ୍ୟ ପରୀକ୍ଷା ବାକି ରହିଛି। ସମୁଦାୟ ଜିଲ୍ଲାରେ ୬୦ ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ସମଗ୍ର ଜିଲ୍ଲାରୁ ୬୪୮୧ ଜଣ ଆବେଦନକାରୀ ଆବେଦନ କରିଛନ୍ତି।ସେହି ଅନୁସାରେ ଭବାନୀପାଟଣା ଟାଉନ ପୋଲିସ ଷ୍ଟେସନରେ ୮ ଟି ପୋଷ୍ଟ ପାଇଁ ୩୭୫ ଜଣ, ଭବାନୀପାଟଣା ସଦର ଥାନାରେ ୬ ଟି ପୋଷ୍ଟ ପାଇଁ ୭୯୪ ଜଣ, କେସିଙ୍ଗା ଥାନା ରେ ୯ ଟି ପୋଷ୍ଟ ପାଇଁ ୮୩୪ ଜଣ, ନର୍ଲା ଥାନାରେ ୭ ଟି ପୋଷ୍ଟ ପାଇଁ ୫୬୭ ଜଣ, ଲାଞ୍ଜିଗଡ ଥାନା ରେ ୩ ଟି ପୋଷ୍ଟ ପାଇଁ ୬୮ ଜଣ, ଜୁନାଗଡ଼ ଥାନାରେ ୯ ଟି ପୋଷ୍ଟ ପାଇଁ ସର୍ବାଧିକ ୯୯୦ ଜଣ, ଗୋଲାମୁଣ୍ଡା ଥାନାରେ ୨ ଟି ପୋଷ୍ଟ ପାଇଁ ୩୧୩ ଜଣ, କେଗାଆଁ ଥାନାରେ ୨ ପୋଷ୍ଟ ପାଇଁ ୩୭୫ ଜଣ, କୋକସରା ଥାନାରେ ୧ ପୋଷ୍ଟ ପାଇଁ ୩୫୮ ଜଣ ଓ ଜୟପାଟଣା ଥାନାରେ ୫ ଗୃହରକ୍ଷୀ ପଦ ପାଇଁ ୪୩୯ ଜଣ, ଧର୍ମଗଡ ୮ ଟି ପଦ ପାଇଁ ୪୬୦ ଜଣ ସେହିପରି କଲମପୁରରୁ ୨୧୫ ଜଣ, କର୍ଲାପାଟରୁ ୧୧ ଜଣ, ଥୁଆମୁଲ ରାମପୁର ରୁ ୧୧୧ ଜଣ, ବିଶ୍ଵନାଥପୁର ରୁ ୫୬ ଜଣ, ବିଜେପୁର ରୁ ୧୮ ଜଣ ଏବଂ ଆମପାଣି ରୁ ୪୫ ଜଣ ଆବେଦନ କରିଥିବା ଜଣାପଡିଛି। ସମୁଦାୟ ୬୪୮୧ ଜଣ ଆବେଦନକାରୀ ମାନଙ୍କ ମଧ୍ୟରେ ୬୦୧ ଜଣ ମହିଳା ଆବେଦନକାରୀ ଗୃହରକ୍ଷୀ ପଦବୀ ପାଇଁ ଆବେଦନ କରିଥିବା ଜଣାପଡିଛି।