କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତହସିର ଗ୍ରାମରେ ନବ ନିର୍ମିତ ମାଆ ସମଲେଶ୍ଵରୀ ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରୁ ମାଆ ଙ୍କ ବିଗ୍ରହ କେସିଙ୍ଗା ରେ ପହଞ୍ଚିଥିଲା। ମୟୂରଭଞ୍ଜ ରୁ ମାଆ ଙ୍କ ବିଗ୍ରହ ଆସିବା ସମୟରେ ସ୍ଥାନେ ସ୍ଥାନେ ମାଆ ଙ୍କୁ ଧୂପ ହୁଲୁହୁଲି ରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାଆ ସମଲେଶ୍ଵରୀ ବିଗ୍ରହ ସହିତ ମାଆ ପାଟନେଶ୍ୱରୀ, ତିନୋଟି ପାର୍ଶ୍ଵ ଦେବାଦେବୀ, ୯ଟି ନବଗ୍ରହ ଓ ଦୁଇ ଦ୍ଵାରପାଳ ଙ୍କ ବିଗ୍ରହ ମନ୍ଦିରରେ ପହଞ୍ଚିଛି। ବଲାଙ୍ଗୀର ଜିଲ୍ଲାର ଲୁଥର ବନ୍ଧ ଠାରେ ମାଆ ଙ୍କ ବିଗ୍ରହ କୁ ସ୍ଵାଗତ ପରେ ଅପରାହ୍ନ ୪ ଟା ସମୟରେ ବିଗ୍ରହ କେସିଙ୍ଗା ସହର ସୀମାରେ ପହଞ୍ଚିଥିଲା।କେସିଙ୍ଗା ରେ ମାଆଙ୍କୁ ସ୍ଵାଗତ କରିବା ପାଇଁ କେସିଙ୍ଗା ପଣ୍ଡରାମାଳି ସମାଜ ର ପୂର୍ବତନ ସଭାପତି ରୋହିତ ଭୋଇଙ୍କ ନେତୃତ୍ୱରେ ତହସିର ସମଲେଶ୍ଵରୀ/ ପାଟନେଶ୍ୱରୀ ମନ୍ଦିର କମିଟି ର ସଭାପତି ସୁରେନ୍ଦ୍ର ମହଲା, ସମ୍ପାଦକ ବଂଶୀପାଣି ସାହା, ଶଶାଙ୍କ ମହଲା,ମକରଧ୍ବଜ ସାହା, ଉତ୍ତମ କୁମାର ଭୋଇ , ଖଗେନ୍ଦ୍ର ଭୋଇ, ଡମ୍ବରୁଧର ଭୋଇଙ୍କ ସମେତ କେସିଙ୍ଗା ରେ ଥିବା ମାଆ ଙ୍କ ଭକ୍ତବୃନ୍ଦ ଉପସ୍ଥିତ ରହି ମାଆଙ୍କ ବିଗ୍ରହକୁ ହରିବୋଲ ହୁଳହୁଳିରେ ସ୍ଵାଗତକରି ତହସିରରେ ନିର୍ମିତ ମାଆ ଙ୍କ ନୂତନ ମନ୍ଦିରକୁ ପାଛୋଟି ନେଇଥିଲେ।