ମ, ରାମପୁର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଉତ୍ସବ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସଦର ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ମଣ୍ଡପର ରେ ପ୍ରତି ବର୍ଷଭଲି ଚଳିତ ବର୍ଷ ମଧ୍ୟ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପ କୁ ଯାଇଥିଲେ । କର୍ତ୍ତା ଭାବେ ରାଜ ପରିବାରର ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ପଣ୍ଡିତ ତ୍ରୀଲୋଚନ ଦାସ ପୂଜା ଦାୟୀତ୍ବ ତୁଲାଇଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜକ ଅଶୋକ କୁମାର ତ୍ରିପାଠୀ, ପ୍ରସାନ୍ତ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପଣ୍ଡା, ଉଦ୍ଧବ ପଣ୍ଡା,ଶିବ ପ୍ରସାଦ ସତପଥି,ମଳୟ କୁମାର ତ୍ରିପାଠୀ, ରାଜପରିବାର ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ଜଗନ୍ନାଥ ଙ୍କ ସେବକ ଜଗନ୍ନାଥ ସାହୁ, ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, କେଦାର ନାଥ ମହାରଣା , ଗୋବିନ୍ଦ ଚନ୍ଦ୍ର ସତପଥି, ବିରଞ୍ଚି ନାରାୟଣ ସତପଥି, ସହଯୋଗ କରିଥିଲବା ବେଳେ ସେଭଲି କଢେଲ,ମଦନପୁର, ମୋହନ୍ ଗିରି,ବାରବନ୍ଧା, ଗୋଛାଡେଙ୍ଗେନ, ଇସକନ ପକ୍ଷରୁ ବାଙ୍କେଲ, ଟୁର୍ଚ୍ଚି ଆଦି ଜଗନ୍ନାଥ ମନ୍ଦିର ରେ ଶହଶହ ମହିଳା ପୁରୁଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶିଷ ଲାଭାକରିଥିଲେ।