କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଡେଙ୍ଗାଗୁଡା ଧାନ ମଣ୍ଡିଠାରେ ଆଜି ପଣ୍ଡରା ମାଳି ସେବା ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ହୋଇଛି। ଦେବରାଜ କୋଲଥିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ବିଦ୍ୟାଧର ନାଏକ, ଜିଲ୍ଲା କାର୍ମକର୍ତ୍ତା ପ୍ରେମଲାଲ ନାଏକ, ଉଦିତ ନାଏକ, ବିକାଶ ନାଏକ ପ୍ରମୁଖ ଯୋଗଦେଇ ସାଂଗଠନିକ, ରାଜନୈତିକ, ଅର୍ଥନୈତିକ, ଶିକ୍ଷା, ସମାଜ ସଂସ୍କାର ଆଦି ଉପରେ ଆଲୋକପାତ କରିଥିଲେ। ଏହି କ୍ରମରେ କୋକସରା ବ୍ଳକ ପଣ୍ଡରା ମାଳି ସେବାସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବରେ ଭଜମନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନାଏକ ଓ କୋଷାଧ୍ୟକ୍ଷ ଭାବରେ ସୁବାସ ନାଏକ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଗୋବର୍ଦ୍ଧନ ନାଏକ ସଭା ସଂଯୋଜନା କରିଥିଲେ। ସାମାଜିକ କର୍ମକର୍ତ୍ତା ହରିଶ୍ଚନ୍ଦ୍ର ନାଏକ, ଖୁସିରାମ ଟୋଲଟିଆ, ଧନେଶ୍ୱର ନାଏକ, ଇସରାମ କୋଲଥିଆ, ଟଙ୍କଧର ନାଏକ, ହିମାଞ୍ଚଳ ନାଏକ, ଅମିନ ରଣା, ଇସରାମ ତୋଲଟିଆ ସମେତ କୋକସରା ବ୍ଲକର ୨୨ ଗୋଟି ପଞ୍ଚାୟତର ବିଭିନ୍ନ ଗାଁରୁ ସମାଜର ଶତାଧିକ କର୍ମକର୍ତ୍ତା ଯୋଗଦେଇ ଥିଲେ।