ବ୍ଲକସ୍ତରୀୟ ସୁଭଦ୍ରା ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ପାଖ କଲ୍ୟାଣମଣ୍ଡପ ଠାରେ ବ୍ଲକସ୍ତରୀୟ ସୁଭଦ୍ରା ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା  ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଯୋଗ ଦେଇଥିବାବେଳେ ଏବିଡ଼ିଓ ସିଦ୍ଧେଶ୍ୱର ମେହେର, ସିଡିପିଓ ସୁଷମା ମିଶ୍ର, ଭ୍ରାମ୍ୟମାଣ ଚିକିତ୍ସକ ଡାକ୍ତର କୁଞ୍ଜବିହାରି ସାହୁ, ମିଶନ ଶକ୍ତି ବିପିଏମ ପ୍ରଦୀପ କୁମାର ଛାତ୍ରୀୟା, ବିଏସଏସଓ ରାକେଶ ପୋଢ଼,ବିପିସି ମିଶନଶକ୍ତି ଆଲୋକ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାରେ କେସିଙ୍ଗା ବ୍ଲକର ସମସ୍ତ ୨୬ ଟି ଗ୍ରାମ ପଞ୍ଚାୟତର ୧୭ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ୫୧ ଜଣ ସଭ୍ୟା ଯୋଗଦେଇ ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଥିଲେ। ପ୍ରତିଯୋଗିତାରେ ପୋଡ଼ପିଠା, ଏଣ୍ଡୁରି ପିଠା, ଛେନା ଝିଲି, ରସା ବଳି, ପୁରୀ ଗୁଗୁନି, ଫେଣି ଓ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଭୋଗ ପ୍ରସ୍ତୁତି କରାଯାଇଥିଲା।ଉକ୍ତ ୧୭ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଥିବା ୨ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ଚୟନ କରାଯାଇଛି। ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗୋକୁଲେଶ୍ୱର ପଞ୍ଚାୟତର ଜୟ ମାଦୂର୍ଗା ସ୍ଵୟଂସହାୟକ ଗୋଷ୍ଠୀ ତାଙ୍କୁ ପୁରସ୍କାର ବାବଦରେ ମିଳିଥିଲା ନଗଦ ୫ ହଜାର ଟଙ୍କା ଦ୍ୱିତୀୟ ପୁରସ୍କାର ଜିତି ଥିଲେ ଦେଓଗାଆଁ ପଞ୍ଚାୟତ ର ମାଆ ଗାୟତ୍ରୀ ସ୍ଵୟଂ ସହାୟକଗୋଷ୍ଠୀ ତାଙ୍କୁ ପୁରସ୍କାର ବାବଦରେ ମିଳିଥିଲା ୪ ହଜାର ଟଙ୍କା। ପରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସିଥିବା ସମସ୍ତ ସଭ୍ୟା ମାନଙ୍କୁ ନେବା ଆଣିବା ପାଇଁ ବି ଏଲ ସି ମନୋରଞ୍ଜନ ସାହୁ ଏବଂ ଶୁଭମ କୁମାର ସାହୁଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ବିପିସି ଆଲୋକ କୁମାର ନାଏକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।