ଭବାନିପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଭବାନୀପାଟଣା ସ୍ଥିତ ସର୍କିଟହାଉସ ଠାରେ ସେବା ଓ ସୁଶାସନ ଗରିବ କଲ୍ୟାଣରେ ମୋଦୀ ସରକାରଙ୍କ ୧୧ବର୍ଷ ଓ ମୋହନ ସରକାରଙ୍କ ବର୍ଷେ ପୁର୍ତ୍ତିରେ ସରକାରଙ୍କ ଉପଲବ୍ଧିକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହା ନିର୍ବାଚନ ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ ତାହା ସରକାର ଅଧାରୁ ଅଧିକ ପୂରଣ କରିଛି, ଭାରତ ବର୍ଷରେ ଅତି ଗରିବଙ୍କ ସଂଖ୍ୟା ୨୭ କୋଟି କମ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଛି। ଦିନ ଦୟାଲ ଉପାଧ୍ୟୟ ବିଦୁତିକରଣ ଯୋଜନାରେ ବିଜୁଳି, ହର ଘର ଜଳ ଯୋଜନାରେ ଘରକୁ ପାନୀୟ ଜଳ, ସ୍ୱଚ୍ଛ ଭାରତରେ ଶୌଚାଳୟ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତ ୮୦ କୋଟି ଜନତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି। ସେହିପରି ପିଏମ କିଷାନରେ ବାର୍ଷିକ ୧୦ହଜାର ଟଙ୍କା ଚାଷୀଙ୍କ ଖାତା ଯାଇଛି। ଓଡିଶାରେ ଡବଲ ଇଂଜିନ୍ ସରକାର ଦେଇଥିବା ସଂକଳ୍ପର୨୧ ଟି ରୁ ୧୧ ଟି କାର୍ଯ୍ୟକାରୀ ହୋଇଛି। ୭ ଟି କାର୍ଯ୍ୟ ଆରମ୍ଭ ହୋଇଛି। ଓଡ଼ିଶାରେ ରବି ଓ ଖରିଫ ଧାନର ୮୦୦ ଟଙ୍କା ସବସିଡି ସହ ଧାନ କଇଣ୍ଟାଲ ୩୧୦୦ ଟଙ୍କାରେ କିଣା ଯାଉଛି, ଏହା ସହ ଓଡ଼ିଶାରେ ପ୍ରତ୍ୟେକ ସବଡିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ସମାଜର କୋଣର ଲୋକଙ୍କ ପାଖରେ ଅନ୍ତୋଦୟଗୃହ ଯୋଜନାରେ ଘର ଯୋଗାଇ ଦିଆଯିବା ସହ ବିକଶିତ ଗିଁ ଯୋଜନା ୫୦୦୦ କୋଟି ଖର୍ଚ୍ଚ କରିବାର ଯୋଜନା ରହିଛି। ସୁଭଦ୍ରା ଯୋଜନାରେ ବର୍ଷ କୁ୧୦ ହଜାର ଟଙ୍କା , ୧କୋଟିରୁ ଅଧିକ ମହିଳାଙ୍କୁଙ୍କୁ ପ୍ରଥମ କିସ୍ତି ଦିଅ ଯାଇଛି। ଓଡ଼ିଶାର ୧୭ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ସେହିପରି ଓଡ଼ିଶାରେ ନୂତନ ଶିକ୍ଷା ନୀତି ୨୦୨୦ ଲାଗୁ ହୋଇଛି। କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ୩୬୦୦ କୋଟି ବ୍ୟୟ ଅଟକଳ ରେ ୬୦୦ ମେଗା ପାଓ୍ବାର ପ୍ଳାଣ୍ଟ ପାଇଁ ସରକାର ଯୋଜନା କରିସାରିଛନ୍ତି, ଇନ୍ଦ୍ରାବତୀ ବାମ କେନାଲ ୫୨ କିଲୋମିଟର ସମ୍ପ୍ରସାରଣ କରାଯିବ ଯାହା ଦ୍ୱାରା ଆହୁରି ୧୦ହଜାର ହେକ୍ଟର ଜମି ଜଳ ସେଚିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଶୀ, ରାଜ୍ୟସଭା ସାଂସଦ ସୁଜିତ ସେଠ,ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ।