କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକର ଆମପାଣି ଓ ଡହଗାଁଠାରେ ବୁଧବାର କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଭୟ ସ୍ଥାନରେ ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମପାଣି ଧାନ ମଣ୍ଡିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଋକ୍ମିଣୀ ବାଣୁଆ, ମହିଳା ନେତ୍ରୀ ତିଳୋତ୍ତମା ନାଏକ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ପ୍ୟାକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ଚାଷୀ ଗୋକୁଳ ଯୋଷୀ, ଗୋବର୍ଦ୍ଧନ ମାଝୀ, ଉଦେନାଥ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କୋକସରା ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି ପ୍ରମୁଖ ଯୋଗଦେଇ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ଲାଗି ଚାଷୀ ମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ପ୍ରତି ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ସରକାରଙ୍କ ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସେହିପରି ଡହଗାଁଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡହଗାଁ ପ୍ୟାକ୍ସ ସମ୍ପାଦକ କ୍ଷମାନିଧୀ ବାଗ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସଞ୍ଜୟ କୁମାର ପାତ୍ର, ବଲରାମ ପୁଝାରୀ, ଲଲିତ ମିଶ୍ର, ପବିତ୍ର ରାଉତ, ଲୁଲସୀ ମାଝୀ, ଏଲ୍ଆଇ ଗିରୀଶ୍ବର ସାହୁ, ଏସସିଓ ବିଶ୍ବଜିତ ମହାନ୍ତି, ଉଦ୍ୟାନ କୃଷି ଅଧିକାରୀ ସୈାରଭ ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଉଭୟ ସ୍ଥାନରେ ଅଞ୍ଚଳର ଚାଷୀମାନେ ଯୋଗଦେଇ ଅଧିକାରୀ ଓ କୃଷି ବୈଜ୍ଞାନିକଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷକ ସାଥି ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।