ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଶ୍ୱିନ ମଲ୍ଲିକ) : ଜଣେ ଶ୍ରମିକ ନିଜ ପେଟ ପାଟଣା ପାଇଁ ବାହାରି ଯାଆନ୍ତି ନିଜ କର୍ମ କ୍ଷେତ୍ରକୁ। କିନ୍ତୁ କିଏବା ଜାଣି ଥିଲା ମୃତ୍ୟୁ ମଧ୍ୟ ଏଭଳି ଆସେ। ପିକଅପ ଭ୍ୟାନର ପଛ ପଟ ଡାଳା ବନ୍ଦ କରୁଥିବା ସମୟରେ ବିଜୟ ଲକ୍ଷ୍ମୀ ବସ ଯାହାକି ସିନାପାଲିରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଛ ପଟୁ ଶ୍ରମିକକୁ ଧକ୍କା ଦେବା ଫଳରେ ଶ୍ରମିକର ମୃତ୍ୟୁ ଘଟିଥିବା ଜଣାପଡୁଛି। ମୃତକ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଳିଙ୍ଗ ଗ୍ରାମର ପାର୍ଥବ କେତକୀ। ନୂଆପଡା ଜିଲ୍ଲା ସିନାପାଲି ସହରରେ ଘଟଣା ଘଟି ଥିବାରୁ ସିନାପାଲି ପୋଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥଲା। କିନ୍ତୁ ପରିବାର ଲୋକେ କ୍ଷତିପୂରଣ ଦାବିରେ ଧୀଙ୍ଗିଆମୁଣ୍ଡା ଠାରେ ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଯାହା ଫଳରେ ଯାତ୍ରୀ ମାନଙ୍କ ଯିବା ଆସିବାରେ ବାଧା ଉପୁଜି ଥିବାରୁ ଖବର ପାଇ ସିନାପାଲି ତହସିଲଦାର ଆସି ମୃତକ ପରିବାରକୁ ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହ ବସ ମାଲିକଙ୍କ ଠାରୁ କ୍ଷତି ପୂରଣ ନିମନ୍ତେ ବୁଝା ସୁଝା ପରେ ସ୍ଥିତି ସୁଧୁରିଥିବା ଜଣା ପଡିଛି।
କଳାହାଣ୍ଡି ଗୋଲାମୁଣ୍ଡାରୁ ଅଶ୍ୱିନ ମଲ୍ଲିକ ଓଡିଶା ଭାସ୍କର