ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ସ୍ଥିତ ଗୋପାଳ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କୁ ସିଂହାସନରୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିବା ପରେ ରୀତି ଅନୁସାରେ ସହେ ଆଠ କଳସରେ ମହାସ୍ନାନ କରାଯାଇଥିଲା। ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁସାରେ ପୂଜା ବିଧି ଯଜ୍ଞ ଆଦି ପଣ୍ଡିତ କୃଷ୍ଣ ଚନ୍ଦ୍ର କର ସମ୍ପନ୍ନ କରିଥିବାବେଳେ କର୍ତ୍ତା ଭାବେ ବିଜୟ ପଣ୍ଡା କାର୍ଯ୍ୟ କରିଥିଲେ। ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉ ମାନଙ୍କୁ ଅଣସର ଗୃହକୁ ପହଣ୍ଡି କରି ନିଆଯାଇଥିଲା। ପହଣ୍ଡି କାର୍ଯ୍ୟରେ ସମ୍ପାଦକ ଆନନ୍ଦ ନେପାକ, ମନୋଜ ମହାପାତ୍ର, ମିଟୁ ମିଶ୍ର, ଅନନ୍ତ ଦାସ, ପ୍ରମୋଦ ପଣ୍ଡା, ସୁଶାନ୍ତ ସାହୁ, ଜଗବନ୍ଧୁ ପାଣିଗ୍ରାହୀ, ଭାସ୍କର ପଣ୍ଡା ପ୍ରମୁଖ ବ୍ରାହ୍ମଣ ଦେବତା ସହଯୋଗ କରିଥିଲେ। ଶ୍ରୀଧର ପଣ୍ଡା, କାଳି ଦାସ, ମନୋଜ ଦାସ, ହେମନ୍ତ ନାୟକ, ଜଗଦେବ କେଶରୀ ସାମନ୍ତ ଚନ୍ଦ୍ର ଶେଖର ଦଳେଇ ପ୍ରମୁଖ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରିଥିଲେ।