କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ଯାତ୍ରା ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଷାଗୁମୁଡା ବ୍ଲକ ପ୍ରଶାସନ ଓ କୋଷାଗୁମୁଡା ଗ୍ରାମ ପଞ୍ଚାୟତ ପକ୍ଷରୁ କୋଷାଗୁମୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋଷାଗୁମୁଡା ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ଥିବା ବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସର୍ବେଶ୍ୱରୀ ମାଝୀ, ଉପଦକ୍ଷ ଯୋଗେନ୍ଦ୍ର ସ୍ୱାଇଁ,ବିରେନ୍ଦ୍ର ପୂଜାରୀ,ତ୍ରିଲୋଚନ ଧାକୋଡ଼,ବିକାଶ, ଜଗା, ଚନ୍ଦନ, ଚିନ୍ମୟ ପଟନାୟକ, ହରିବନ୍ଧୁ ମାଝୀ, କୀର୍ତ୍ତି ରଞ୍ଜନ ସାହୁଙ୍କ ସହ ବ୍ଲକ କର୍ମଚାରୀ, ଦଳୀୟ କର୍ମୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି ବିକାଶ ରଥ କୋଷାଗୁମୁଡା ବ୍ଲକର ୨୬ଗୋଟି ପଞ୍ଚାୟତ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପିଇଓ ଅଜିତ କୁମାର ନନ୍ଦ କହିଛନ୍ତି।