ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଏକବର୍ଷ ମଧ୍ୟରେ ରାଜ୍ୟ ସରକାର କ’ଣ ବିକାଶ କରିଛନ୍ତି ତାହା ବଖାଣି ଥିବାବେଳେ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରେ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବିକାଶ ରଥକୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବିଧାୟକ ପ୍ରତିନିଧି ରଜନୀକାନ୍ତ ସାସମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ଭତରା , ଏଇଇ ଦିବ୍ୟରଞ୍ଜନ ମେହେର ମଞ୍ଚାସୀନ ରହିଥିଲେ। ଅତିଥି ମାନଙ୍କ ଦ୍ବାରା ବିକାଶ ବାହନ ଉଦଘାଟନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାପରେ ଅନ୍ତରଦୋୟ ଗୃହ ଯୋଜନର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ,ପେନସନ, ରାସନ କାର୍ଡ, ଜବ କାର୍ଡ ବଣ୍ଟନ କରାଯାଇଥିଲା। ବିପିସି ଶଶିକାନ୍ତ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିପିଇଓ ଅକ୍ଷୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ହରିମୋହନ ଶର୍ମା, ଦିନବନ୍ଧୁ ବିଷୋୟୀ, ଦମଦାର ପ୍ରଧାନ, ହରିଶ୍ଚନ୍ଦ୍ର ପାଣିଗ୍ରାହୀ,ଅର୍ଜୁନ ଭତରା , ତ୍ରିନାଥ ଅମାନତ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।