କ.ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ପକ୍ଷରୁ କଞ୍ଜାମେଣ୍ଡି ପଂଚାୟତ ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହା ପରେ ପଞ୍ଚାୟତ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,ଜିଲ୍ଲା ପରିଷଦ ସଦସ୍ୟା ଅନିତା, ସରପଞ୍ଚ ଗୁନୁଲତା ମଲିକ,କ ନୂଆଗାଁ ରେଞ୍ଜର ରମାକାନ୍ତ କହଁର,ବନପାଳ ସୁଶାନ୍ତ ବୈସାଖୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୂତନ ଭାବେ ହିତାଧିକାରୀ ଙ୍କୁ ଜବ କାର୍ଡ଼, ଜପି ପଟ୍ଟା, ରାସନ କାର୍ଡ ମୁଖ୍ୟ ଅତିଥି ବଣ୍ଟନ କରିଥିଲେ। ଏହା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ଆବେଦନ ପାଇଁ ସ୍ୱତନ୍ତ୍ର ଷ୍ଟଲ ଗୁଡ଼ିକ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପଂଚାୟତ ପରିସରରେ ଅତିଥି ବୃକ୍ଷ୍ୟ ରୋପଣ କରି ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ପଦାଧିକାରୀ, ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେସବ ଚନ୍ଦ୍ର କାମ୍ପୋ, ସିପି ରାକେସ କୁମାର ସାହୁ ସମସ୍ତ କର୍ମ ଚାରି ସହଯୋଗ କରିଥିଲେ।