କେସିଙ୍ଗା ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ ଶୁକ୍ରବାର ରାଜ୍ୟ ସରକାରଙ୍କ ବର୍ଷ ପୂର୍ତିରେ “ବିକଶିତ ଓଡ଼ିଶା ବିକଶିତ ଗ୍ରାମ ” କାର୍ଯ୍ୟକ୍ରମ ରେ ଏକ ବିକଶିତ ବାହାନ ଦ୍ଵାରା ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଗତ ଗୁରୁବାର କେସିଙ୍ଗା ବ୍ଲକ ରୁ ସମଗ୍ର ୨୬ ଟି ପଞ୍ଚାୟତ କୁ ଭ୍ରମଣ ପାଇଁ ଉକ୍ତ ବାହାନ ବାହାରିଥିଲା। ଫଳରେ ବିକଶିତ ବାହାନ ଟି ଶୁକ୍ରବାର ଦ୍ଵିତୀୟ ଦିନରେ ପ୍ରଥମେ ତୁର୍ଲାଖମନ ଗ୍ରାମପଞ୍ଚାୟତ ରେ ପହଞ୍ଚିଥିଲା। ତୁର୍ଲାଖମନ୍ ରେ ବିକଶିତ ବାହାନ କୁ ଭବ୍ୟ ସ୍ବାଗତ କରିଥିବାବେଳେ ସରକାରଙ୍କ ପକ୍ଷରୁ ତୁର୍ଲାଖମନ୍ ପଞ୍ଚାୟତ ରେ ୬ ଜଣ ହିତାଧିକାରୀଙ୍କୁ ଆନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ, ୪ ଜଣ ହିତାଧିକାରୀଙ୍କୁ ଜବ୍ କାର୍ଡ, ଆୟୁଷ୍ମାନ୍ ଭାରତ ବେୟ ବନ୍ଦନା ଯୋଜନା ରେ ୭୦ ବର୍ଷ ରୁ ଅଧିକ ବୃଦ୍ଧ,ବୃଦ୍ଧା ଙ୍କୁ ୭୦ ଜଣ ରୁ ଅଧିକ ଲୋକଙ୍କୁ ପଞ୍ଜିକରଣ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ତୁର୍ଲାଖମନ୍ ପଞ୍ଚାୟତ ସରପଞ୍ଚ ପାର୍ବତୀ ସାହୁ , ପିଇଓ ଝସକେତନ ଭୋଇ , ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଙ୍କ ସମେତ ଅନେକ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ। ପରେ ବିକଶିତ ରଥ ତୁଣ୍ଡଲା ପଞ୍ଚାୟତ ରେ ପହଞ୍ଚିଥିଲା। ତୁଣ୍ଡଲାରେ ସରକାରଙ୍କ ପକ୍ଷରୁ ୮ଜଣ ହିତାଧିକାରୀଙ୍କୁ ଆନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ, ୨ ଜଣ ହିତାଧିକାରୀଙ୍କୁ ନୂତନ ରେସନ୍ କାର୍ଡ, ୩ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ଓ ୨୧ ଜଣ ହିତାଧିକାରୀଙ୍କୁ ଆୟୁସ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟଣ୍ଡଲା ପଞ୍ଚାୟତ ସରପଞ୍ଚ ସରୋଜ ଶେଠ୍, ପିଇଓ ପାର୍ଥ ରଣା, ଟୁଣ୍ଡଲା ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟାଙ୍କ ସମେତ ଅନେକ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ। ତୁଣ୍ଡଲା ପଞ୍ଚାୟତ ପରେ ବିକଶିତ ବାହାନ ଶିର୍ଜାପାଲି ପଞ୍ଚାୟତ ପହଞ୍ଚିଥିଲା। ସେଠାରେ ସରକାରଙ୍କ ପକ୍ଷରୁ ୨୦ ଜଣ ହିତାଧିକାରୀଙ୍କୁ ଆନ୍ତୋଦୟ ଗୃହ ଯୋଜନା , ୩ ଜଣ ହିତାଧିକାରୀଙ୍କୁ ନୂତନ ରେସନ୍ କାର୍ଡ, ୨ଜଣ ହିତାଧିକାରୀଙ୍କୁ ଜବ କାର୍ଡ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରମୋଦ କୁମାର ଦାଶ, ପିଇଓ ପ୍ରହଲ୍ଲାଦ ସୁନା, ସମିତି ସଭ୍ୟା ସିତୟା ସାହୁ, ପୂର୍ବତନ ସରପଞ୍ଚ ଘନଶ୍ୟାମ ଗହିର, ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଙ୍କ ସମେତ ଅନେକ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।