ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସାମୁଏଲ ପ୍ରଧାନ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ୧୩ ୱାର୍ଡ ସୁନାପାଙ୍ଗା ସାହି ଠାରେ ପହିଲି ରଜ ବହୁ ଆଡମ୍ବର ସହ ଉଦଘାଟିତ ହୋଇଯାଇଛି । ତିନ ବର୍ଷ ହେବ ଏଭଳି ବହୁ ଆଡମ୍ବରରେ ଏହି ରଜ ପର୍ବ ସାହି ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ପାଳନ କରାଯାଉଛି । ବହୁ ଆନନ୍ଦ ଉଲ୍ହାସରେ ଛୋଟ ଛୋଟ ଶିଶୁ, କିଶୋରୀ ବାଳିକା, ବାଳକ ଏବଂ ମହିଳା ମାନେ ତିନି ଦିନ ଧରି ବିଭିନ୍ନ ପ୍ରତି ଯୋଗିତାରେ ଭାଗ ନେଇ ରଜ ପର୍ବ ପାଳନ କରୁଛନ୍ତି । ଆଜିର ଉଦଘାଟନ ଅବସରରେ କିଶୋରି ବାଳିକାଙ୍କ ମଧ୍ୟ୍ୟରେ ଗୁଲି ଚାମଚ, ମ୍ୟୁଜିକ ବଲ, ଦୌଡ଼ି ଡିଆ,ସାନ ଝିଅଙ୍କ ମଧ୍ୟ୍ୟରେ ଗୋଲୀ ଚାମଚ,, ଦୌଡ଼ି ଡିଆଁ, ମ୍ୟୁଜିକ ବଲ, ମହିଳା ମାନଙ୍କ ମାଧ୍ୟ୍ୟରେ ଗୁଲି ଚାମଚ, ମ୍ୟୁଜିକ ବଲ , ବାଳକ ମାନଙ୍କ ମଧ୍ୟ୍ୟରେ ଗୋଲୀ ଚାମଚ,ମ୍ୟୁଜିକ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।