କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା ଅଞ୍ଚଳର ଜଣେ ଆଶା କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଅଭିଯୋଗର ୯ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ମାମଲା ରୁଜୁ କରି ଚୁପ୍ ବସିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇ ନଥିବାରୁ ଆଶା କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଶୁକ୍ରବାର ପୀଡ଼ିତା ସମେତ କୋକସରା ଆଶା କର୍ମୀ ସଂଘ ଥାନା ଅଧିକାରିଣୀଙ୍କୁ ସାକ୍ଷାତ କରିଛନ୍ତି। ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ନଚେତ୍ ଆଗକୁ ଆନ୍ଦୋଳନ ସହ ଥାନା ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଗତ ୨ ତାରିଖ ଦିନ ପୀଡ଼ିତା ଆଶା କର୍ମୀ ଜନ୍ମ ସାର୍ଟିଫିକେଟ ପାଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତେବେ ଆଶା କର୍ମୀ ଜଣକ ଶୌଚାଳୟ ଯାଇଥିବାବେଳେ କୋକସରା ଗ୍ରାମର ଜଣେ ଯୁବକ ଯୋର୍ ଯବରଦସ୍ତି ଶୌଚାଳୟକୁ ପଶି ଆଶା କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାପରେ ସେ’ ପାଟି କରି କୈାଣସି ମତେ ସେଠାରୁ ଚାଲି ଆସି ଥାବା ପୀଡ଼ିତା ଆଶା କର୍ମୀ ପ୍ରକାଶ କରିଛନ୍ତି। ଏନେଇ ଗତ ୪ ତାରିଖରେ ପୀଡ଼ିତା ଆଶା କର୍ମୀ କୋକସରା ଥାନାରେ ସମ୍ପୂକ୍ତ ଯୁବକଙ୍କ ନାଁରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ ଏକ ମମଲା ଋଜୁ କରିଛି। ହେଲେ ଅଭିଯୋଗର ୯ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ। ଏନେଇ ଆଜି ପୀଡ଼ିତା ଆଶା ଓ ତାଙ୍କ ସାଥି ଆଶା କର୍ମୀ ମାନେ ଏକଜୁଟ ହୋଇ କୋକସରା ଥାନାରେ ପହଞ୍ଚି ଆଇଆଇସିଙ୍କୁ ସାକ୍ଷାତ କରିଛନ୍ତି। ଏବଂ ସମ୍ପୂକ୍ତ ଯୁବକ ଗାଁରେ ବୁଲାବୁଲି କରୁଥିବା ସତ୍ତ୍ୱେ କାହିଁକି ଗିରଫ କରାଯାଉନାହିଁ ବୋଲିି ପ୍ରଶ୍ନ କରିଥିଲେ। ଏହାପରେ ପୋଲିସ ସମ୍ପୂକ୍ତ ଯୁବକଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା ତା’ର କୈାଣସି ଟେର ପାଇ ନଥିବା ଜଣାପଡିଛି। ଅନ୍ୟପଟେ ଆଶା ସଂଘ ପକ୍ଷରୁ ସମ୍ପୂକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରା ନଗଲେ ଆନ୍ଦୋଳନ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଣେ କୋକସରା ଥାନା ଅଧୀକାରିଣୀ ସ୍ନିଗ୍ଧା ରାଣୀ ସୁନା କହିଛନ୍ତି, ଯୁବକଙ୍କୁ ଧରିବା ପାଇଁ ଯୋଜନା କରାଯାଇଛି, ସିଘ୍ର ଧରାଯିବ ବୋଲି ପ୍ରକାଶ କରିଛନ୍ତି।