ଟ୍ରାନ୍ସଫର୍ମର ଲାଗି ୬ମାସ ହେଲା ; ଦୁଇ ଗାଁରେ ବିଦ୍ୟୁତ୍ ସଂଯୋଗ ହେଲା ନାହିଁ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ(କୈଳାସ ଚନ୍ଦ୍ର ବିଷୋୟୀ) : ସ୍ବାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିକାଶ ର ମୂଖ୍ୟ ସ୍ରୋତରେ ଲୋକେ ଆଜି ମଧ୍ୟ ସାମିଲ ହୋଇ ପାରିନାହାନ୍ତି। ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି। ବିଜୁଳି ଆଲୁଅ କଣ ସେମାନେ ଜାଣିନାହାନ୍ତି । ଅନ୍ଧାର ରେ ରହି ଡିବିରି ଆଲୁଅ ରେ ରହୁଛନ୍ତି ଦୁଇ ଗ୍ରାମବାସୀ । ବିଜୁଳି ଆଲୁଅ ପାଇଁ ଅନେକ ଦାବି ଓ ପ୍ରତିବାଦ ମଧ୍ୟରେ ସ୍ଵାଧୀନତା ୭୬ ବର୍ଷ ପରେ ଅର୍ଥାତ ବର୍ଷେ ହେଲା ଗାଁ କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ କାମ ଆରମ୍ଭ କରା ଯାଇଥିଲେ ସୁଦ୍ଧା ଘରେ ଘରେ ବିଦ୍ୟୁତ୍ ସଂଯୋଗ ହେଲା ନାହିଁ। ଏପରି ଏକ ଦୃଶ୍ୟ  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଅଧୀନ ଘୁଣ୍ଡରିଗୁଡା ଓ ଶିରାଗୁଡା ଦେଖିବାକୁ ମିଳିଛି। ଦୁଇ ଗାଁରେ ପ୍ରାୟ ୨୦ ପରିବାର ର ୬୦ ରୁ ୭୦ ଲୋକ ବସବାସ କରନ୍ତି। ସରକାରଙ୍କ ସୁବିଧା ସୁଯୋଗ ଏଠି ଅପହଞ୍ଚ। ଗାଁକୁ ଭଲ ରାସ୍ତା ଟିଏ ନାହିଁ। ଅଙ୍କାବଙ୍କା ଜଂଗଲୀ ମାଟି ରାସ୍ତା ଟିଏ ରହିଛି। ଦୈନିନ୍ଦିନ ସେହି ରାସ୍ତା ଦେଇ ଗାଁ ଲୋକେ ଯିବା ଆସିବ କରନ୍ତି। ଦୁଇ ଗାଁ ରେ ନୂତନ ଭାବେ ନୂଆ ଖୁଣ୍ଟ ପତା ହୋଇ ଟ୍ରାନ୍ସଫର୍ମର ଲାଗିଲା ଓ ଘରେ ଘରେ ନୂଆ ମିଟର ମଧ୍ୟ ବସି ସାରିଛି। ହେଲେ ମିଟର ବସି ୬ ମାସ ବିତିଯାଇଥିଲେ ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ। ଯାହା ଫଳରେ ବିଦ୍ୟୁତ୍ ଆଲୁଅ ଦେଖିବା ଆଶା ଆଶଙ୍କାରେ ରହିଛି। କେବେ ବିଜୁଳି ଆଲୁଅ ଦେଖିବେ ତାହାକୁ ଦୁଇ ଗ୍ରାମବାସୀ ଚାତକ ପରି ଅନେଇ ବସିଛନ୍ତି। ସାନବାର୍ଲି ପଂଚାୟତ ଅଧୀନ ମାଲିଆମ୍ବ ଓ ମୈଦଲପୁର ପଂଚାୟତ ଅଧୀନ ଘୁଣ୍ଡରିଗୁଡା ଓ ଶିରାଗୁଡା  ଗାଁକୁ  ଏହି ପରି ୩ଗୋଟି ଗାଁକୁ ନୂତନ ଭାବେ ବିଦ୍ୟୁତ୍ ସଂଯୋଗ ପାଇଁ କାମ ଆରମ୍ଭ କରାଯାଇଥିଲା ହେଲେ ମାଲିଆମ୍ବ କୁ ଘରେ ଘରେ ବିଦ୍ୟୁତ୍ ସଂଯୋଗ ହୋଇ ୬ମାସ ବିତିଯାଇଥିଲେ ସୁଦ୍ଧା ଘୁଣ୍ଡରିଗୁଡା ଓ ଶିରାଗୁଡା କୁ କାହିଁକି ବିଦ୍ୟୁତ୍ ସଂଯୋଗ କରାନଯାଇ ଛାଡି ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଦ୍ୟୁତ୍ ସଂଯୋଗ ନେଇ ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀ ଙ୍କୁ ଜଣାଇ ଥିଲେ ସୁଦ୍ଧା କିଏ କର୍ଣ୍ଣପାତ କରୁନଥିବା କହିଛନ୍ତି ଗାଁର ଲବ ଲହରା, ଧନୁର୍ଜୟ ଜାନୀ, ମନିଆ ଜାନୀ, ଦୁର୍ଜନ ଜାନୀ, ଡମୁ ଜାନୀ, ଲଛମା ଲହରା, ଦାସ ଲହରା। ଏନେଇ ଆମେ ଫୋନ ଯୋଗେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ସାହୁ ଙ୍କୁ ଯୋଗାଯୋଗ କରିବାରୁ ଉତ୍ତର ମିଳିପାରିନଥିଲା ।ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ହେଇ ଗୁରୁତର ସହ ନେଇ ବର୍ଷା ଋତୁ ପୂର୍ବରୁ ବିଦ୍ୟୁତ୍ ସଂଯୋଗ କଲେ ଦୁଇ ଗ୍ରାମବାସୀ ବିଜୁଳି ଆଲୁଅ ସପନ ସାକାର ହେବା ସହ ସ୍ବାଧୀନତାର ୭୭ ବର୍ଷ ପରେ ମୁଖ୍ୟ ସ୍ରତ ରେ ସାମିଲ ହୋଇପାରିବେ।