ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଗାଦବାଗୁଡ଼ା ସ୍ଥିତ ରାଜ ଲଷ୍ମୀ କନଷ୍ଟେକ୍ସନ ରୁ ଗତ ୬ ତାରିଖ ରାତିରେ କିଛି ସାମଗ୍ରୀ ଚୋରି ହୋଇଥିଲା । ଏନେଇ କମ୍ପାନୀ ର ବଂଶୀଧର ଜେନା ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ପୋଲିସ ଚୋରି ହୋଇଥିବା ସ୍ଥାନରେ ଯାଇ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ୬ ତାରିଖ ରାତିରେ କିଛି ଦୁର୍ବୃତ୍ତ କମ୍ପାନି ଭିତରେ ପଶି କିଛି ସାମଗ୍ରୀ ଚୋରି କରି ନେଇଥିଲେ। ସକାଳୁ ଏହା ଦେଖୀ ତେନ୍ତୁଳିଖୁଣ୍ଟି ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଆଇଆଇସି ସାମଗ୍ରୀ ସହ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ବ୍ୟାଟେରୀ,ଡିଜେଲ ବ୍ୟରେଲ ଓ ଦୁଇଟି ବ୍ୟାଗ ଜବତ୍ କରାଯାଇଛି। ଏହାକୁ ନେଇ ତେନ୍ତୁଳୀଖୁଣ୍ଟି ପୋଲିସ ଏକ ମାମଲା କରି କୋର୍ଟ ଚାଲାଣ କରାଯାଇଛି।