ନବରଙ୍ଗପୁର ବିଧାୟକଙ୍କ ତେନ୍ତୁଳଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଚାନକ ଗସ୍ତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଗତ କାଲି ରାତିରେ ଅଚାନକ ଭାବେ ଗସ୍ତ କରି ଚିକିତ୍ସିତ ହେଉଥିବା ସମସ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ।ଏବଂ ଦାୟିତ୍ୱ ରେ ଥିବା ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପରାମର୍ଶ ଦେବା ସହ କୌଣସି ଆଵଶ୍ୟକତା ହେଲେ ଯୋଗା ଯୋଗ କରିବାକୁ କହି ଥିଲେ।ଏହି ଗସ୍ତ ସମୟରେ ହରେକୃଷ୍ଣ ମୁଦୁଲି, ଧରଣୀଧର ସିଂହ, ଲଛମନ ମାଝୀ, ନରସିଂହ ମାଝୀ, ସନାତନ ବିଷୋୟୀ, ବିକୀ ବିଷୋୟୀ, ଦେବଦାସ ମାହାଙ୍କୁଡ଼,ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ନାୟକ, କୃଷ୍ଣଚନ୍ଦ୍ର ହିଆଲ ଏବଂ ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ବିଧାୟକ ଙ୍କର ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରସଂସା କରିବା ସହ ବିଧାୟକଙ୍କ ଏହିଭଳି କାର୍ଯ୍ୟ ଜାରି ରହିଲେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ମତ ପ୍ରକାଶ ପାଇଛି।