କ ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସାମୁଏଲ ପ୍ରଧାନ):ଗାଁ ସାଥି ସାଜିଲେ ସରପଞ୍ଚ ପଛ ଘୁଞ୍ଚା ଦେଉଛି ସରକାରୀଙ୍କ ବିକାଶ ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ। ସୂଚନା ଥାଉକି ଉକ୍ତ ପଞ୍ଚାୟତ ବ୍ଲକ ସଦର ମହକୁମାରେ ଅବସ୍ଥାପିତ ସମୁଦାୟ ୧୪ ଗୋଟି ୱାର୍ଡ଼କୁ ନେଇ ଏହି କଞ୍ଜାମେଣ୍ଡି ପଞ୍ଚାୟତ ଗଠିତ। ଏଠାରେ ୬ ଜଣ ଗାଁ ସାଥିଙ୍କୁ ନେଇ ମନରେଗା ଯୋଜନାରେ ଅମୃତ ସରବର ପୋଖରୀ, ଜଳ ଅବ ଶୋଷଣ ଖାତ, କଲଭଟ, ରାସ୍ତା କାମ ଚାଲୁଅଛି। ତେବେ ଗୋଟିଏ ଗାଁ ସାଥି ଙ୍କ ମନମୁଖୀ ଶାସନ ଯୋଗୁଁ କିଛି ଗାଁ ସାଥିଙ୍କ ୱାର୍ଡ଼ ରେ ବିକାଶ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ୱାର୍ଡରେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଦିଆ ଗଲେ ତାହା ଗଁl ସାଥି ଜଣଙ୍କ ସରପଞ୍ଚଙ୍କ ଜରିଆରେ ବାତିଲ କରିଦେଉଛନ୍ତି। ଫଳରେ ଗ୍ରାମରେ ଥିବା ଶ୍ରମିକ ମାନେ ମଜୁରୀ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଜୀବକୁ ପଡୁଥିବା ପ୍ରକାଶ କରିଛନ୍ତି । ଗାଁ ସାଥି ଜୟ କୃଷ୍ଣ ପ୍ରଧାନଙ୍କ ଇଙ୍ଗିତରେ ପଞ୍ଚାୟତ ପରିଚାଳନା ହେଉଥିବା ବ୍ଲକ ପ୍ରଶାସନ ଜାଣି ଥିଲେ ସୁଦ୍ଧା ସରପଞ୍ଚଙ୍କ ଭୟରେ ଗାଁ ସାଥିଙ୍କ ଉପରେ ଆଇନ ଅନୁଯାଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଏହା ଫଳରେ ଗତ ତିନି ବର୍ଷ ହେବ କିଛି ୱାର୍ଡ଼ରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ । କିନ୍ତୁ ଗାଁ ସାଥି ଜୟ କୃଷ୍ଣ ପ୍ରଧାନ ନିଜ କୋଡ଼ରେ କୋଟିଏ ଟଙ୍କାରୁ ଉର୍ଦ୍ଧ କାମ କରୁଥିବା ନଜିର ରହିଛି । କିଛି କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଗାଁ ସାଥି ନାମ ଗୋପନୀୟ ରଖି ପ୍ରକାଶ କରିଛନ୍ତି । ଏବଂ କିଛି ମନରେଗା କାର୍ଯ୍ୟରେ ରେକର୍ଡରେ ସରପଞ୍ଚଙ୍କ ଜାଲ ଦସ୍ତଖତରେ ସରକାରୀ ଟଙ୍କା ଆଦାନ ପ୍ରଦାନ କରାଯଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରି ବାରୁ ସେ ବିଡ଼ିଓଙ୍କୁ ପଚାରନ୍ତୁ କହି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ସରପଞ୍ଚ ଗୁନୁ ଲତା ମଲିକ କହିଛନ୍ତି ମୋ ଉପରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଞ୍ଚାୟତର ସମସ୍ତ କାଗଜ ପତ୍ର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି ।