ସହରର ବିଭିନ୍ନ ସମସ୍ୟାକୁ ନେଇ ସଚେତନ ନାଗରିକ ମଞ୍ଚର ରଣ ହୁଙ୍କାର

  • ୧୮ ତାରିଖରୁ ଆନ୍ଦୋଳନ ପାଇଁ ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କେସିଙ୍ଗା ଓ ଅଞ୍ଚଳ ର ବିଭିନ୍ନ ପ୍ରକାରର ସମସ୍ୟା ର ସମାଧାନ ଓ ସମସ୍ୟା କୁ ସରକାରୀ ସ୍ତରରେ ପହଞ୍ଚାଇବା ପାଇଁ ବିଗତ କିଛି ବର୍ଷ ତଳେ ସହର ବୁଦ୍ଧିଜିବୀ ମାନଙ୍କୁ ନେଇ ଗଠିତ କେସିଙ୍ଗା ସଚେତନ ନାଗରିକ ମଞ୍ଚ ସହରର ସମସ୍ୟା କୁ ନେଇ ଅନେକ ଥର ଏନ ଏ ସି କାର୍ଯ୍ୟନିର୍ବାହୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟମୁଖିଆ ମୁଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆସନ୍ତା ୧୮ ଜୁନ ବୁଧବାର ଠାରୁ ଅନିଶ୍ଚିତକାଲିନ ହରତାଳ ପାଇଁ ସହରରେ ପୋଷ୍ଟର ଲଗାଇଛି।ପୋଷ୍ଟର ରେ ୧୦ ପ୍ରମୁଖ ଦାବୀ ଗୁଡିକୁ ସ୍ଥାନ ଦେଇଥିବା ବେଳେ ମୁଖ୍ୟ ଦାବୀ ଗୁଡ଼ିକ ହେଉଛି ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ର ପୁନରୁଦ୍ଧାର, କେସିଙ୍ଗା ରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଚଳାଚଳ ବ୍ୟବସ୍ଥା,ଟ୍ରାଫିକ ସମସ୍ୟା ରୁ ମୁକ୍ତି ପାଇଁ କନ୍ତେସିର ରୁ ଯୋଲକୋ ପର୍ଯ୍ୟନ୍ତ ବାଏପାସ ରାସ୍ତା, କେସିଙ୍ଗା ପୌରପରିଷଦ କୁ ଯଥାଶୀଘ୍ର ମ୍ୟୁନିସିପାଲଟି ଘୋଷଣା, କେସିଙ୍ଗା ବ୍ଲକ ତୁର୍ଲାଖମନ ରେ ହେବାକୁ ଥିବା ବହୁମୁଖି ତେଲ ବ୍ୟାରେଜକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ,କେସିଙ୍ଗା ମଧ୍ୟ ଭାଗରେ ଥିବା ବୁଢାଡଙ୍ଗର ପାହାଡ଼ର ସୋନ୍ଦର୍ଯ୍ୟକରଣ ସହିତ ପାହାଡ଼ ର ପାଦ ଦେଶରେ ରହୁଥିବା ୱାର୍ଡ ନ ୧୦,୧୧ ଓ ୧୨ ରେ ରହୁଥିବା ଜନସାଧାରଣ ଙ୍କୁ ଆବାସ ର ବ୍ୟବସ୍ତା,ସହରର ମଧ୍ୟ ଭାଗରେ ଥିବା ତେଲ ଓ ରେତ ନଦୀର ସଙ୍ଗମ ସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ପ୍ରଦାନ କରି ଉନ୍ନତିକରଣ ଏବଂ ମଞ୍ଜୁର ହୋଇଥିବା କେସିଙ୍ଗା ଭବାନୀପାଟଣା ରେଳ ପ୍ରକଳ୍ପ କୁ ଅତି ଶୀଘ୍ର ଆରମ୍ଭ କରିବା ପାଇଁ ଦାବୀ ନେଇ ଆନ୍ଦୋଳନର ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ। ଏଠାରେ ପ୍ରକାଶ ଥାଉକି ନାଗରିକ ମଞ୍ଚ ସଭାପତିଙ୍କ ନେତୃତ୍ୱରେ ଗତ ୧୨ ମଇ ରେ ଆନ୍ଦୋଳନ ର ଚେତାବନୀ ଦେଇ ସ୍ଥାନୀୟ କାର୍ଯ୍ୟନିର୍ବାହୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ପାଖକୁ ଆନ୍ଦୋଳନ ବିଷୟରେ ଜଣାଇ ଦିଆଯାଇଛି ବୋଲି ସଭାପତି ପ୍ରକାଶ କରିଛନ୍ତି। ଏବଂ ମଞ୍ଚ ସଭାପତି ଉତ୍ତର ମହଲା ସହରର ସମସ୍ୟା କୁ ନେଇ ହେଉଥିବା ଉକ୍ତ ହରତାଲ ରେ ସହରବାସୀଙ୍କ ସମେତ ବୁଦ୍ଧିଜିବୀ, ସମସ୍ତ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ଟି ୧୮ ତାରିଖ ବୁଧବାର ସକାଳୁ ସ୍ଥାନୀୟ ପୁରୁଣା ଷ୍ଟେଟବ୍ୟାଙ୍କ (ରାଜୀବଗାନ୍ଧି ଛକ) ଠାରେ ଅନୁଷ୍ଠିତ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।