କଳାହାଣ୍ଡି ବିଜେପି ପକ୍ଷରୁ ବିକଶିତ ଭାରତ ବିକଶିତ ଓଡ଼ିଶା ସଂକଳ୍ପ ଯାତ୍ରା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ମ. ରାମପୁର ସ୍ଥିତ ଶିବମନ୍ଦିର ପରିସରରେ ମ. ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତ ବିକଶିତ ଓଡ଼ିଶାର ସଂକଳ୍ପ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଲୋଚନ ମିଶ୍ର, ବକ୍ତା ଭାବେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଶ୍ରୀ କାନ୍ତ ହୋତା, ସଂଯୋଗକ ଘନଶ୍ୟାମ ଗହିର, ମୋହନ ଗିରି ମଣ୍ଡଳ ପ୍ରଭାରୀ ଖୁସିରାମ ସାହୁ,ମଣ୍ଡଳ ପ୍ରତିନିଧି ପ୍ରତାପ ଚନ୍ଦ୍ର ରଣା,କୃଷକ ମୋର୍ଚ୍ଚା ସଭାପତି ଦିବାକର ବାଗ,ମଞ୍ଚସିନ ହୋଇ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତର ଅମୃତ ମୁହୂର୍ତ୍ତରେ ସେବା ପ୍ରଶାସନ ଓ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାଧାରଣତ ସମ୍ପାଦକ ଦେବଦତ୍ତ ପ୍ରହରାଜ ମଞ୍ଚପରିଚାଳନା କରିଥିବା ବେଳେ ସଂଯୋଜକ ବିଜୟ କୁମାର ମହାଖୁଡ଼ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୯ ଗୋଟି ବ୍ଲକର ଶହଶହ ମହିଳା ପୁରୁଷ ଯୋଗ ଦେଇଥିଲେ।