କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଆଜି ଦିନ ସକାଳ ଘ. ୧୦ ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ( ବଙ୍ଗାଳି ପଡା ) ଠାରେ କବିରାଜ ଦୁର୍ଗା ଚରଣ ପଧାନଙ୍କ ଆବାହନ କ୍ରମେ “ମୃତ୍ୟୁଞ୍ଜୟ ବୈଦ୍ୟ ସଙ୍ଘ ” କଳାହାଣ୍ଡି ତରଫରୁ ପ୍ରାଚୀନ ଶଲ୍ୟ ଚିକିତ୍ସାର ଜନକ “ଆଚାର୍ଯ୍ୟ ସୁଶୃତଙ୍କ ଜୟନ୍ତୀ ସମାରୋହ ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ବୈଦ୍ୟ ନରହରି ସ୍ୱାଇଁ ସଭାପତିତ୍ବ କରିଥିଲେ । ସେ ଆଚାର୍ଯ୍ୟ ସୁଶୃତ ଙ୍କର ଜନ୍ମ, ଶିକ୍ଷା ଗ୍ରହଣ ଏବଂ ତାଙ୍କ ଦ୍ୱାରା ଲିଖିତ “ସୁଶୃତ ସଂହିତା” ଉପରେ ଅଭିଭାଷଣ ରଖିଥିଲେ । ବୈଦ୍ୟ ଶରତ ଚନ୍ଦ୍ର ପଧାନ ସୁଶୃତ ଜୟନ୍ତୀ ଅବସରେ ଉପସ୍ଥିତ ସମସ୍ତବୈଦ୍ୟଙ୍କୁ ଏକ ସଂକଳ୍ପ ନେବାକୁ କହିଥିଲେ ଯେ, ସମସ୍ତେ ଏକ ” ବଇଦ ମୁଣି ” ସବୁବେଳେ ସବୁସମୟରେ ପାଖରେ ରଖିବେ। ଯେଉଁଥିରେ ସଙ୍କଟକାଳୀନ ଚିକିତ୍ସାରେ ବ୍ୟବହାର ହେଉଥିବା ଆୟୁର୍ବେଦ ଔଷଧ ରହିବ। ଯାହାଦ୍ୱାରା ଆମେ ଲୋକମାନଙ୍କୁ ସଙ୍କଟକାଳୀନ ଚିକିତ୍ସା ସେବା ଯୋଗାଇ ପରିବା। ସଂଘର ସମ୍ପାଦକ କବିରାଜ ତ୍ରୈଲୋକ୍ୟ ପଧାନ ସୁଶୃତଙ୍କର ଶଲ୍ୟଚିକିତ୍ସାର ଆବିଷ୍କାର ଏବଂ ତାଙ୍କ ସଂହିତା ଉପରେ ତାଙ୍କ ଅଭିଭାଷଣ ରଖିଥିଲେ। ଏହା ପରେ ମୋହନ ନାଏକ , ସରୋଜ କାନ୍ତ ପଧାନ ଆଦି ତାଙ୍କର ବକ୍ତବ୍ୟ ରଖିଥିଲେ। ଶେଷରେ ବୈଦ୍ୟ ଜୟବୀର ବଗର୍ତ୍ତୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।