କେନ୍ଦୁପାଣି ଗାଁରେ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କେନ୍ଦୁପାଣି ଗ୍ରାମର ଜଣେ ବ୍ୟକ୍ତି ସିଙ୍ଗଲ ମାଝୀ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଆଜି ସେ ଗାଁ ନିକଟରେ ଥିବା ନିଜ ଚାଷଜମିକୁ ଯାଉଥିବା ବେଳେ ଭାଲୁ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଳା । ଭାଲୁଟି ସିଙ୍ଗଲଙ୍କ ଡାହାଣ ଗୋଡ଼ରେ ଆକ୍ରମଣ କରିଛି। ବ୍ୟକ୍ତିଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ରୁ ସିଙ୍ଗଲଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।