ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଟ୍ରକ

ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦୁ ପୁରୁ ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ।ଭାରସାମ୍ୟ ହରାଇ ଗାଡିଟି ଘାଟି ତଳକୁ ଖସିଥିବା ସମୟରେ ଟ୍ରକ ଚାଳକ ଗୁରୁତ୍ୱର ଥିବା ନେଇ ସୂଚନା।ଘଟଣା ସ୍ଥଳରେ କୋଲନରା ବ୍ଲକ ଅଗ୍ନିସମ ବିଭାଗ ପଂହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ଗୁରୁତ୍ୱର ଡ୍ରାଇଭରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଛନ୍ତି।, ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା।ଗାଡିଟି ସ୍ଥାନୀୟ ରାୟଗଡା ଜିଲ୍ଲାର ବୋଲି ଜଣାପଡିଛି।