ବରିଷ୍ଠ ନାଗରିକଙ୍କ ସାମାଜିକ ତଥା ନ୍ୟାୟିକ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ଆଜି ସ୍ଥାନୀୟ ଜେ.ଏମ.ଏଫ.ସି କୋର୍ଟ ପରିସରରେ ତାଳୁକ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଥୁଆମୂଳ ରାମପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ନାଗରିକ ମାନେ ତାଙ୍କର ନ୍ୟାୟ ଅଧିକାର ଓ ପରିବାର କିମ୍ବା ସମାଜରେ ଘଟି ଯାଉଥିବା ଅନେକ ସମସ୍ୟା ଉପରେ ଆଲୋକ ପାତ କରାଯାଇ ଥିଲା। ବିଶ୍ୱର ପ୍ରାୟ ଶହେ ଖଣ୍ଡ ଦେଶରେ ଆଜି ଦିନରେ ଏହି ଦିବସ ପାଳନ ହେଉଛି। ଯେମିତି ମହିଳା ଦିବସ ଶିଶୁ ଦିବସ ସେହିପରି ଆଜି ଦିନରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇ ତାଙ୍କର ସମସ୍ୟା ଓ ସମାଧାନକୁ ନେଇ ଏହି ସଚେତନତା ଦିବସ ପାଳନ କରାଯାଉଛି। ରବିବାର ଏହି ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଟି.ଏଲ୍.ଏସ.ସି ସେକ୍ରେଟାରୀ ତଥା ଜେ.ଏମ.ଏଫ.ସି ସୋମେଶ ସୋମ୍ୟଜିତ ପଣ୍ଡା ଉପସ୍ଥିତ ଥିବା ବେଳେ ଯୁବ ଆଇନ ଯିବି ତଥା ଓକିଲ ସଂଘର ସମ୍ପାଦକ ଶ୍ରୀ ମନୋରଞ୍ଜନ ନାଏକ ଏବଂ କର୍ତ୍ତବ୍ୟ ସ୍ବେଛାସେବୀ ସଂଗଠନର ପ୍ରୋଜେକ୍ଟ କୋଡିନେଟର ସୁଦର୍ଶନ ନାଏକ ସମୂହ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜୀବନ ଏକ ସ୍ବାଧୀନତାର ଅଧିକାର ,ଜୀବନ ଧାରଣ ମାନର ଅଧିକାର,ସ୍ବାସ୍ଥ୍ୟ ସେବା ଅଧିକାର,ସାମାଜିକ ସୁରକ୍ଷା ଅଧିକାର,ଅପବ୍ୟବହାର ଏବଂ ଅବହେଳା ଠୁ ସୁରକ୍ଷା ଅଧିକାର,ଗୋପନୀୟତା ଅଧିକାର, ସାମ୍ବିଧାନିକ ପ୍ରତିକାରର ଅଧିକାର ,ଭେଦଭାବରୁ ମୁକ୍ତ ହେବା ଅଧିକାର,ସମ୍ମାନର ଅଧିକାର ଏବଂ ଅଂଶଗ୍ରହଣ କରିବାର ଅଧିକାର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିକାର ଉପରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସି କୋର୍ଟର କର୍ମକର୍ତ୍ତା ଏବଂ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଥୁଆମୂଳ ରାମପୁର, ବଡଛତ୍ରଙ୍ଗ, ତଳଝାପି, ବାଗଡିଆଣି, ବିରିକୋଟ ଗ୍ରାମ ପଞ୍ଚାୟତର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।