ଟ୍ରକ୍-ବାଇକ ଧକ୍କା ; ଘଟଣା ସ୍ଥଳରେ ବାଇକ୍ ଚାଳକ ମୃତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତ ଅଧୀନ ବେଲାମାଲ ନିକଟରେ ଗୋଟିଏ ବାଇକ ଓ ଟ୍ରକ ସାମ୍ନା ରେ ଦୁର୍ଘଟଣା ଘଟି, ଘଟଣାସ୍ଥଳ ରେ ହିଁ ଯୁବକଙ୍କ ମୃତୁ ଘଟିଛି । ସୂଚନା ଅନୁଯାୟୀ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତ ଅଧୀନ ଠେମରା ଗ୍ରାମ ର ତୁଳସୀ ମେହେର (୨୦) ରବିବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ ଭବାନୀପାଟଣା ଠାରୁ ନିଜ ଗ୍ରାମ ବେଲାମାଲ ଶନି ମନ୍ଦିର ପାଖରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ ଗାଡ଼ି ଟି ହଠାତ୍ ତୁଲଶୀ ମେହେର ଙ୍କ ବାଇକ ଉପରେ ଚଢ଼ି ଯାଇ ଘୋଷାଡି ନେଇଥିବା ବେଳେ ଘଟଣା ସ୍ଥଳରେ ରେ ହିଁ ତୁଳସୀ ମେହେର ଙ୍କ ମୃତ ଘଟିଥିଲା। ଖବର ପାଇ ସଦର ଥାନା ପୋଲିସ ଅଧିକାରୀ ନରେଶ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଛନ୍ତି। ଏବଂ ମୃତ ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେ। ସୂଚନା ଅନୁଯାୟୀ ତୁଳସୀ ମେହେରଙ୍କ ବାପା ଓ ମା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ,ବର୍ତମାନ ମୃତ ବ୍ୟକ୍ତି ଙ୍କ ଘରେ ମା ବାପା ଘରେ ନାହାନ୍ତି। କି ଘରେ ନିଜ ସାନ ଭଉଣୀ ଜଣେ ଅଛନ୍ତି। ନିଜ ପେଟ ପୋଷିବା ପାଇଁ କାମ ଧନ୍ଦା କରି ଘର କୁ ଫେରୁଥିବା ସମୟରେ ହଠାତ ତୁଳସୀ ଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ନିଜ ସାଇ ପଡିଶା ଲୋକମାନଙ୍କୁ ସଦର ପୋଲିସ ଶବ ହସ୍ତାନ୍ତର କରିଥିବା ସୂଚନା ମିଳିଛି।