ବିଶ୍ଵ ବୟସ୍କ ନିର୍ଯାତନା ସଚେତନ‌ତା ଦିବସ ପାଳିତ

ଭବାନିପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସରରେ ବିଶ୍ଵ ବୟସ୍କ ନିର୍ଯାତନା ସଚେତନ‌ତା ଦିବସ ପାଳିତ ହୋଇଛି। ଏହି ଦିବସରେ ବୟସ୍କ ବ୍ୟକ୍ତି ବିଷେଶଙ୍କ ପାଇଁ ବିଭିନ୍ନ ଆଇନ ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ଆଇନ ସେବା ପ୍ରାକରଣର ଟୋଲ୍ ଫ୍ରି ନମ୍ବର ୧୫୧୦୦ ଓ ରାଜ୍ୟ ଆଇନ ସେବା ପ୍ରାଧୁକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରାଯାଇଥିଲା। ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା, ଅଧକ୍ଷ୍ୟ, ବିଜୟ କୁମାର ହୋତା, ସଚିବ, ଗିରିଜା ସଙ୍କର ବେହେରା, ବରିଷ୍ଠ ନାଗରିକ ମଞ୍ଚ କଳାହାଣ୍ଡି ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ,ଚିଫ୍ ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ୍,ଡେପୁଟି ଚିଫ୍, ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ, ଆସିଷ୍ଟାଣ୍ଟ ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ, ଫ୍ରଣ୍ଟ ଅଫିସ ରିଟେନର ଦିପ୍ତିରାଣି ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଜାତୀୟ ଆଇନ ସେବା ପ୍ରାଧୀକରଣ ଟୋଲଫ୍ରି ନମ୍ବର ବିସୟରେ ଅବଗତ କରାଇବା ସହ ବିଭିନ୍ନ ଅସୁବିଧା ସମୟରେ ଏହି ନମ୍ବରର ସାହାର୍ଯ୍ୟ ନେବାପାଇଁ କହିଥିଲେ। ଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥି ମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।