ଟ୍ରକ ଧକ୍କାରେ ବୃଦ୍ଧ ମୃତ , ଓଟୋ ଚାଳକ ଗୁରୁତର

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ହୋଟେଲ ଓରୀୟନ ନିକଟରେ ଆଜି ଟ୍ରକ ଧକ୍କାରେ ବାଇକ ଆରୋହୀ ବୃଦ୍ଧଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଅଛନ୍ତି। ବଳଦିଆମାଳ ରାସ୍ତାରୁ ଭବାନୀପାଟଣା ଯାଉଥିବା ଟ୍ରକ ଟି ରାସ୍ତାରେ ଯାଉଥିବା ବାଇକ ଆରୋହୀ ବୃଦ୍ଧ ଓ ଓଟୋ ଚାଳକଙ୍କୁ ପଛରୁ ଧକ୍କା ଦେଇଛି। ଘଟଣା ସ୍ଥଳରେ ବାଇକ ଆରୋହୀ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇଥିଲେ। ଅଟୋ ଚାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜୁନାଗଡ଼ ହସ୍ପିଟାଲକୁ ନେଇଥିଲେ। ମୃତ ବୃଦ୍ଧ ଓ ଓଟୋ ଚାଳକଙ୍କ ପରିଚୟ ଜଣାପଡି ନାହିଁ। ଘଟଣା ଘଟାଇଥିବା ଟ୍ରକ ଚାଳକ ଟ୍ରକ ଛାଡି ଚମ୍ପଟ ମାରିଥିବା ସୂଚନା ମିଳିଛି।