ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ(କୈଳାସ ଚନ୍ଦ୍ର ବିଷୋୟୀ) : ପାପଡାହାଣ୍ଡି ବ୍ଲକ ମୈଦଲପୁର ଲେମ୍ପ ରେ ଦିନେ କି ଦୁଇ ଦିନ ନୁହେଁ ଦୁଇ ଦୁଇ ସପ୍ତାହ ଧରି ଚାଷୀଙ୍କୁ ସାର ଦିଆଯିବ ବୋଲି କହି ସାର ଦିଆଯାଉନାହିଁ। ଯାହା ଫଳରେ ଚାଷୀ ମାନେ ଚାଷ କାମ ଛାଡି ସାର ପାଇଁ ଲେମ୍ପ ରେ ଖରା ତରା ରେ ସିଝୁଛନ୍ତି । ଚାଷୀ ମାନଙ୍କ କହିବା ଅନୁସାରେ, ମୈଦଲପୁର ଅଂଚଳ ଜଳ ସେଚିତ ଅଂଚଳ ନୁହେଁ। ଚାଷୀ ବର୍ଷା ଜଳ ଉପରେ ନିର୍ଭର। ଗତ କିଛି ଦିନ ହେଲା ପାଗ ଅନୁକୂଳ ଥିବାରୁ ଖତ ସାର ନେଲେ ଚାଷ କାମ ଆଗେଇବ। କିନ୍ତୁ ଦୁଃଖ ର କଥା ମୈଦଲପୁର ଲେମ୍ପ ରେ ଠିକ ସମୟରେ ସାର ଦିଆଯାଉନାହିଁ। ଯାହାର ପରିଣାମ ଚାଷୀ ଙ୍କୁ ବୋହିବାକୁ ପଡିବ। ଏମଡି ଲାମ୍ପସ ମଧ୍ୟରେ ଦେଖା ସାକ୍ଷାତ ମିଳୁନଥିବା କହିଛନ୍ତି ଅନେକ ଚାଷୀ। ଏମଡି ଙ୍କ ଉପସ୍ଥିତ ଥିଲେ ଚାଷୀଙ୍କୁ ସାର ଦିଆଯିବ ବୋଲି ସିଧା ସିଧା କହୁଛନ୍ତି ଲାମ୍ପସ ର କର୍ମଚାରୀ । ଦୁଇ ସପ୍ତାହ ତଳେ କିଛି ଚାଷୀ ଓ ସାର ବଣ୍ଟନ କରି ଦୁଇ ସପ୍ତାହ ହେଲା ସାର ଦେଉ ନଥିବା କହିଛନ୍ତି ଅନେକ ଚାଷୀ। ଯଥାଶୀଘ୍ର ସାର ବଣ୍ଟନ କରାଯାଉ ବୋଲି ଚାଷୀ ନରେନ୍ଦ୍ର ମାଝୀ, ରାମ ପ୍ରସାଦ ବିଶୋଇ, ପରମାନନ୍ଦ କଲାର,ଡମ୍ବରୁଧର ଗାଉଁଟିଆ, ଯାଦବ ମାଝୀ, ଭୀମସେନ ବିଷୋୟୀ , ସୋମନାଥ ନାୟକ, ସତ୍ୟନାରାୟଣ ବାରିକ, ତ୍ରିନାଥ ଗୌଡ଼, ଫଗୁଣ ମାଝୀ, ନରସିଂହ ମାଝୀ ପ୍ରମୁଖ କହିଛନ୍ତି। ନଚେତ ଆଗାମୀ ଦିନ ରେ ଲେମ୍ପ, ଗୋଦାମ ଗୃହ କୁ ତାଲା ପକାଇବା ପାଇଁ ବାଧ୍ୟ ହେବୁ ବୋଲି ସମସ୍ତ ଚାଷୀ କହିଛନ୍ତି