ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୂପେ ପରିଗଣିତ ହେଉଥିଲା ବେଳେ ଅଞ୍ଚଳର ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ଅଞ୍ଚଳର ଚାଷୀମାନଙ୍କୁ ସ୍ବାର୍ଥ ଦୃଷ୍ଟିରୁ ୧୨ ପଞ୍ଚାୟତକୁ ନେଇ ମୈଦଲପୁର ଠାରେ ଏକ ଲ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏଠାରେ ଚାଷୀଙ୍କୁ ସୁବିଧା ଯୋଗାଇ ଦେବା ପରିବର୍ତ୍ତେ ପ୍ରକୃତ ଚାଷୀ ଙ୍କୁ ଅଣଦେଖା କରିବା ସହ ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ସାର , ବିହନ ନଦେଇ କଳାବଜାରୀ କରି ବ୍ୟାପକ ହେରଫେର ହେଉଛି। ଲ୍ୟାମ୍ପସ ମନଇଚ୍ଛା ନକଲି ଚାଷୀଙ୍କୁ ସାର ବଣ୍ଟନ କରୁଛି । ଏପରି କି ଜାଲ ଦସ୍ତଖତ କରି ଋଣଧାରି ଚାଷୀଙ୍କ ଅଜାଣତରେ ଋଣ ନବୀକରଣ କରି ଟଙ୍କା ଓ ସାର ଉଠାନ ହେଉଥିବା , ମୃତ୍ୟୁ ଚାଷୀ ଙ୍କ ନାଁ ରେ ଋଣ ଉଠାଣ ଓ ୨୦୨୨ ରୁ ୨୦୨୪ ମଧ୍ୟରେ ୩୦ କୋଟି ର ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଖୋଦ ଲ୍ୟାମ୍ପସ ର ଡାଇରେକ୍ଟର ମହେଶ ବାଗ ଓ ୪ ଜଣ ସମର୍ଥକ ଡାଇରେକ୍ଟର ।ଏନେଇ ଆଜି ଏକ ସାମ୍ୱାଦିକ ସମ୍ବିଳନୀ କରି ଲ୍ୟାମ୍ପସ ଏମଡି ଙ୍କୁ ପ୍ରବଳ ବର୍ଷିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ମୈଦଲପୁର ଲ୍ୟାମ୍ପସ ରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇଛନ୍ତି ୫ ଜଣ ଡାଇରେକ୍ଟର । ଏହି ଦୁର୍ନୀତି କୁ ଲ୍ୟାମ୍ପ ସଭାପତି ମଧ୍ୟ ପ୍ରଶୟ ଦେଉଥିବା କହିଛନ୍ତି ଶ୍ରୀ ବାଗ ଓ ସମର୍ଥକ। ଦୀର୍ଘ ୩ ବର୍ଷ ହେଲା ଡାଇରେକ୍ଟର ଙ୍କୁ କିଛି ନ ପଚାରି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । କୌଣସି ବୈଠକ ଅନୁଷ୍ଠିତ ହେଉନାହିଁ । ବିନା ବୈଠକ ରେ ସମସ୍ତ ନିଷ୍ପତି କୁ ଅଗ୍ରାଧିକାର ଦିଆଯାଉଛି । ଏକଛାତ୍ରବାଦୀ କାର୍ଯ୍ୟ କରୁଥିବା କହିଛନ୍ତି ଶ୍ରୀ ବାଗ ଓ ମନଇଚ୍ଛା ସାର ବଣ୍ଟନ କରିବା ସହ କିଛି ଅସାଧୁ ସ୍ଥାନୀୟ ସାର ବ୍ୟବସାୟୀ ଙ୍କୁ ଚାଷୀଙ୍କ ପାଇଁ ଆସିଥିବା ସାର କୁ କଳାବଜାରୀ କରୁଥିବା ଏକ ଫଟୋ ମାଧ୍ୟମରେ ଦର୍ଶାଇଥିଲେ । କେସଲେସ ବିକ୍ରି ହୋଇଥିବା ସାର କୁ ଋଣ ଚାଷୀ ଙ୍କ ଋଣ ମଧ୍ୟରେ ଦର୍ଶାଉଥିବା ଅଭିଯୋଗ ହୋଇଛି ।ଏହି ବ୍ୟାପକ ଦୁର୍ନୀତି ଓ ଅନୟମିତତା ର ଉଚ୍ଚସ୍ତରୀୟ ତଦନ୍ତ ଓ କେସିସି ବ୍ୟାଙ୍କ ର ସିସି ଟିଭି ଫୁଟେଜ ବାହାର କରିବା ପାଇଁ ପ୍ରଶାସନ କୁ ଦାବି ଜଣାଇଛନ୍ତି ସମସ୍ତ ଡାଇରେକ୍ଟର। ଶ୍ରୀବାଗ ଲ୍ୟାମ୍ପସ ର ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏଡିଏମ ତଦାରଖ ପାଇଁ ନିର୍ଦ୍ଧେଶ ମିଳିଥିଲେ ମଧ୍ୟ ତଦାରଖ ମଧ୍ୟ କରୁନାହାନ୍ତି ଓ ଏଥିରେ ସମସ୍ତେ ସାମିଲ ଥିବା ଅଭିଯୋଗ କରିଛନ୍ତି । ଏହି ବ୍ୟାପକ ଅନିୟମିତତା ରେ ଏମଡି, ସଭାପତି, କେସିସି ବ୍ୟାଙ୍କ ସୁପରଭାଇଜୋର, କେଶିଅର୍, ଶାଖା ପରିଚାଳକ , ଡାଇରେକ୍ଟର ପ୍ରମୁଖ ସାମିଲ ରହି ବାଟମାରଣା କରୁଥିବା କହିଛନ୍ତି ।ଏହି ସାମ୍ୱାଦିକ ସମ୍ମିଳନୀ ରେ ଡାଇରେକ୍ଟର ମହେଶ ବାଗ, ମୁଦୁଲି ଜାନୀ, ଅର୍ଜୁନ ବିଷୋୟୀ, ଦୁରନ ବିଷୋୟୀ, ବୁଦୁରାମ ପୂଜାରୀ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।