କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା କେସିଙ୍ଗା ଏନ୍ଏସି ର ସହର ମଧ୍ୟରେ ଥିବା ଡେଲି ମାର୍କେଟ ନିକଟରେ ଠାରେ ଜାତୀୟ ରାଜପଥ ୨୬ ରେ ରେ କିଛିଦିନ ପୂର୍ବରୁ ଏକ ଗାତ ହେଇଯାଇଥିଲା। ସୂଚନା ମୁତାବକ ସେହି ରାସ୍ତାର ତଳେ ସହରର ଜଳ ଯୋଗାଣ ପାଇପ୍ ଯାଇଛି। ଫଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେହି ଗାତ କୁ ଖନନ କରି କିଛି ତ୍ରୁଟି ଥିବା କାର୍ଯ୍ୟ କୁ ଠିକ୍ କରିବା ପରେ ଗାତ କୁ ପୋତି ଦେଇଥିଲେ। କିନ୍ତୁ ସେହି ଗାତରେ ବୋଧେ ଭଲ ଭାବେ ମାଟି ଦେଇନଥିବାରୁ ସୋମବାର ରାତ୍ର ୯ ଟା ରେ ଏକ ମାଳ ବୋଝେଇ ଟ୍ରକ ଗାଡ଼ି ନଂ ଓଡ଼ି -୦୮- ଆର୍ -୨୯୯୫ ବଲାଙ୍ଗୀର ରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ସେହି ଗାତରେ ଭାସି ଯାଇ ଅଳ୍ପକେ ଟ୍ରକ୍ ଚାଳକ ବର୍ତ୍ତି ଯାଇଛନ୍ତି। ଗାଡି ଟି ରାସ୍ତା ମଝିରେ ଭାସିଯାଇଥିବା ଘଣ୍ଟା ଘଣ୍ଟା ସମୟ ଧରି ଏନ୍ ଏଚ୍ ୨୬ ବନ୍ଦ ହୋଇଯାଇଥିଲା ପରେ କେସିଙ୍ଗା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପ୍ରାୟ ତିନି ଘଣ୍ଟା ପରେ ଗାଡିଟିକୁ ଗାତ ଭିତରୁ କାଢ଼ିଥିଲେ। ବିନା ବରିକେଟ ରେ ଠିକାଦାର ଙ୍କ ମାନମାନୀ ଯୋଗୁଁ ଅଳ୍ପକେ ଟ୍ରକ୍ ଡ୍ରାଇଭର ର ଜୀବନ ବାଞ୍ଚଲା ବୋଲି ସହରରେ ଚର୍ଚା ହେଉଛି। ମରାମତି କାମ କରୁଥିବା ଠିକାଦାର ଜଣକ ବିନା ବେରିକେଟ୍ ରେ ଜେସିପି ଲଗାଇ କିପରି କାମ କରୁଥିଲେ ତାହା ତଦନ୍ତ ସାପେକ୍ଷ।ପରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ କହିବାରୁ ସଙ୍ଗେ ସଙ୍ଗେ ମରାମତି ସ୍ଥାନରେ ବେରୀକେଟ ଲଗା ଯାଇ କାମ ଚାଲିଛି।