ଗୁଣପୁର ସିଆଳିପଦର ଠାରେ ବାଇକ୍ ଦୁର୍ଘଟଣା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଠାରୁ ରାୟଗଡା ଜିଲ୍ଲା କାଶୀପୁରକୁ ସଂଯୋଗ କରୁଥିବାମୁଖ୍ୟ ରାସ୍ତାର ସିଆଳିପଦର ନିକଟ ଏକ ବୁଲାଣିରେ ବାଇକ୍ ଦୁର୍ଘଟଣା ହେବା ଫଳରେ ଚାଳକ ଗୁରୁତର ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ।ଆହତ ଯୁବକ ଜଣକ ହେଉଛି ସିଆଳିପଦର ଗ୍ରାମର ମୋହନ ମାଝୀଙ୍କ ପୁଅ ନରସିଂହ ମାଝୀ(୨୪) ବୋଲି ଜଣାପଡିଛି।ସେ ନିଜ ବାଇକ୍ ରେ କମଳାଗୁଡା ଠାରୁ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପଡିଥିଲେ।ବର୍ତ୍ତମାନ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିବା ସୂଚନା ମିଳିଛି।