ନର୍ଲାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ନର୍ଲା ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ନର୍ଲା ଚାରିଛକରୁ ବାହାରି ନଗର ପରିକ୍ରମା କରିବାସହ ଏକ ସମାବେଶ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚ ସଂଚାଳନ କରିଥିଲେ ନର୍ଲାର ବରିଷ୍ଠ କଂଗ୍ରେସ ନେତା ଚୁଳମଣି ଗୌଡିଆ। ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ଯୋଗଦେଇ ସମ୍ବିଧାନ ବଞ୍ଚାଅ ସମାବେଶର ଉଦ୍ଦେଶ୍ୟ ସଂପର୍କରେ ବିଷଦ ଭାବେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସାଖା ସୁଜିତ, ସହ ପ୍ରଭାରୀ ସୁଜିତ ବାବୁ, ଜିଲ୍ଲା ଉପସଭାପତି ଉତ୍ସବ ସାହୁ, କଳାହାଣ୍ଡି କଂଗ୍ରେସ ସାଂସଦ ପ୍ରାର୍ଥୀନୀ ଦ୍ରୋପଦୀ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାଏବ, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିରଜ ଶର୍ମା, ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ନର୍ଲା ନିର୍ବାଚନ ମଣ୍ଡଳୀ ସମ୍ବିଧାନ ବଞ୍ଚାଅ ଅଧ୍ୟକ୍ଷ ରାଜୁ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ରଜନୀ କୁମାର, ଅନି ବିଶ୍ବାଳ, ଚିତ୍ତରଞ୍ଜନ ବାଗ, ନିର୍ମଳ ନାଏକ, ରୁଦ୍ର ପ୍ରତାପ ସିଂ, ସୁରେଶ ଚୌଧୁରୀ, ରାଜକୁମାର ଜୈନ, ଜ୍ୟୋତ୍ସ୍ନା ବଗର୍ତ୍ତୀ, କାଲିଆ ଚୌଧୁରୀ, ସିଧାର୍ଥ ନାଏକ, ଜଳନ୍ଧର ନାଏକ, ଯୋଶୋଦା ନାଗ, ରାଜକୁମାରୀ ସରାଫ, ଇନ୍ଦ୍ରଜିତ ମହାକୁଡଙ୍କ ସମେତ ଅନେକ ମାନ୍ୟଗଣ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଜିର ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଓ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ନେତୃବୃନ୍ଦ।