କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନୂତନ ରାଜ୍ୟ ସରକାରଙ୍କ ବାର୍ଷିକ ପୂର୍ତ୍ତି ଅବସରରେ “ଆମ ସଂକଳ୍ପ ନିଶା ନୁହେଁ” କାର୍ଯ୍ୟକ୍ରମ କୁନେଇ ଆଜି କୋଷାଗୁମୁଡା ସଦର ଭୈରବ ମନ୍ଦିର ପ୍ରାଙ୍ଗଣରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଅବକାରୀ ବିଭାଗ ପକ୍ଷରୁ ପରିଚାଳନା କରିଥିବାବେଳେ କୋଷାଗୁମୁଡା ପୋଲିସ ର ସହଯୋଗ ରେ ନିଶା ନିବାରଣ କୁନେଇ ସ୍ଥାନୀୟ ଆଦିବାସୀ ନାଟକ ପରିବେଷଣ କରାଯାଇଥିଲା। ଏହିପେରିପ୍ରେକ୍ଷୀରେ ଅବକାରୀ ଓଆଇସି- ଦେଶୀରାଜ ସୁନା, ଏ ଏସ ଆଇ- ହଳଧର ଜାନୀ, ପ୍ରମଦ ବାଘ, କୋଷାଗୁମୁଡା ଥାନା ଏଏସଆଇ- ରାମଚନ୍ଦ୍ର କଣ୍ଡଗୋରୀ, ଗୁଣମଣି ଭତ୍ରା, କୈଳାସ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ କୋଷାଗୁମୁଡା ଅଞ୍ଚଳ ର ପ୍ରାୟ ଶତାଧିକ ଜନସାଧାରଣ ପଥପ୍ରାନ୍ତ ନିଶା ନିବାରଣ ଅଧିବାସୀ ନାଟକ ଦେଖିବା ସହ କଳାକାର ମାନକୁ ଟଙ୍କା ର ମ୍ୟାଡେଲ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ମେ ୩୧ରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଜାନୁୟାରୀ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।