ଅହମଦାବାଦ ଠାରେ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):କଳାହାଣ୍ଡି ଜିଲ୍ଲା ମ.ରାମପୁର ସଦର ମହକୁମା ପଞ୍ଚାୟତ ଅଧୀନସ୍ଥ ବୁରାଟ ସ୍ଥିତ ସେବାଜଗତ କାର୍ଯ୍ୟାଳୟ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ମଙ୍ଗଳବାର ଦିନ ସଂଧ୍ୟା ୬ ଟା ସମୟରେ ଅହମଦାବାଦରେ ହୋଇଥିବା ପ୍ଲେନ ଦୁର୍ଘଟଣା ଜନିତ ମୃତକଙ୍କ ପରିବାର ମାନଙ୍କ ପାଇଁ ଆତ୍ମାର ସତଗତି ଏବଂ ଶାନ୍ତି ନିମନ୍ତେ ସର୍ବ ଧର୍ମ ପ୍ରାର୍ଥନା କରି ଏକ ଶୋକ ପ୍ରାର୍ଥନା ଅନୁଷ୍ଠିତ କରାଯାଇଥିଲା ପ୍ରଥମେ ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ଓ କ୍ଯାଣ୍ଡେଲ ଶୋଭା ଯାତ୍ରା ରେ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ସେବାଜଗତର ସୁନିତା ତାଣ୍ଡି, ପ୍ରଦୀପ କୁମାର ସାହୁ,ଟଙ୍କଧର ବଗର୍ତ୍ତି, ଶଙ୍କର ସୁନା, ବୁରାଟ ଗ୍ରାମର ସମସ୍ତ ମହିଳା ପୁରୁଷ ସେବାଜଗତର ସମସ୍ତ କର୍ମୀଙ୍କ ସହିତ ପଡୋଶୀ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଶୋକ ଶାନ୍ତି ପ୍ରାର୍ଥନା ସଭାରେ ସହାଭାଗିତା କରି ସାହଯୋଗ କରିଥିଲେ,।

Leave a Reply

Your email address will not be published. Required fields are marked *