ଡାଇରେକ୍ଟରଙ୍କ ଅଭିଯୋଗ ଖଣ୍ଡନ କଲେ ଲେମ୍ପସ ସଭାପତି

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ମୈଦଲପୁର ଲେମ୍ପସ ରେ ଦୁର୍ନୀତି,ପ୍ରକୃତ ଚାଷୀ ଙ୍କୁ ଅଣଦେଖା କରିବା ସହ ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ସାର , ବିହନ ନଦେଇ କଳାବଜାରୀ କରି ବ୍ୟାପକ ହେରଫେର ହେଉଥିବା,ଲ୍ୟାମ୍ପସ ମନଇଚ୍ଛା ନକଲି ଚାଷୀଙ୍କୁ ସାର ବଣ୍ଟନ କରୁଥିବା, ଏପରି କି ଜାଲ ଦସ୍ତଖତ କରି ଋଣଧାରି ଚାଷୀଙ୍କ ଅଜାଣତରେ ଋଣ ନବୀକରଣ କରି ଟଙ୍କା ଓ ସାର ଉଠାଣ ହେଉଥିବା, ୨୦୨୨ ରୁ ୨୦୨୪ ମଧ୍ୟରେ ୩୦ କୋଟିର ହେରଫେର ହୋଇଥିବା ଅଭିଯୋଗ କରି ଖୋଦ ଲ୍ୟାମ୍ପସ ର ଡାଇରେକ୍ଟର ମହେଶ ବାଗ, ମୁଦୁଲି ଜାନୀ , ଅର୍ଜୁନ ବିଷୋୟୀ , ଦୁରନ ବିଷୋୟୀ ଓ ବୁଦୁରାମ ପୂଜାରୀ ସୋମବାର ଦିନ ମୈଦଲପୁର ପଂଚାୟତ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମିଳନୀ କରିଥିଲେ। ଉକ୍ତ ଘଟଣା କୁ ନେଇ ଆଜି ଲେମ୍ପସ କାର୍ଯ୍ୟାଳୟ ଠାରେ ସଭାପତି ରାହାସ ବିହାରୀ ମାଝୀ ଙ୍କ ଅଧକ୍ଷତା ରେ ସାମ୍ବାଦିକ ସମିଳନୀ ରେ ସେମାନେ କରିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ଏମଡି ସୁରୁଖୁରୁରେ ଲେମ୍ପସ ପରିଚାଳନା କରୁଛନ୍ତି। ଏମଡି ବିଗତ ଦିନ ରେ ଦୁଇ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି ବୋଲି କହିଥିଲେ। ଗତ ସୋମବାର ଦିନ ସାମିଲ ହୋଇଥିବା ବୁଦୁରାମ ପୂଜାରୀ ଆଜି ଏମଡି ଓ ଲେମ୍ପସ ର ସପକ୍ଷ ରେ ବାହାରିଥିଲେ। ମହେଶ୍ୱର ମୋତେ କିଛି କାମ ଅଛି ବୋଲି କହି ଡାକି ନେଇଥିଲେ ବୋଲି ବୁଦୁରାମ କହିଛନ୍ତି।