କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ବୁଧବାର ଦିନ ସ୍ଥାନୀୟ ପୋଲିସ ଷ୍ଟେସନ ସମ୍ମୁଖରେ ଥିବା ଅଗ୍ରସେନ ଭବନ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ରକ୍ତ ଦାନ ଶିବିରକୁ ଉଦ୍ଘାଟନ କେସିଙ୍ଗା ର ପୂର୍ବତନ ନଗରପାଲ ରାମ କୁମାର ଜୈନ କରିଥିବା ବେଳେ ଯୁବା ମଞ୍ଚ ସଭାପତି ୟୁବା ବିକାଶ ଅଗ୍ରୱାଲ,ସମ୍ପାଦକ ୟୂବା ନିଖିଲେଶ ଅଗ୍ରୱାଲ, ଉପ ସଭାପତି ୟୁବା ସୁରଜ ଅଗ୍ରୱାଲ,କୋଷାଧ୍ୟକ୍ଷ ୟୁବା ବିବେକ ଜୈନ,ଅଙ୍କିତ ଗୁପ୍ତା,ନିର୍ମଳ ଗୁପ୍ତା , ଆଲୋକ ଗୋଏଲ,ସୁରେଶ ଗୋଏଲ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।