ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ପ୍ରଶାସନ ସଚେତନତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଜିଲ୍ଲା ଅବକାରୀ ବିଭାଗ ଓ କେସିଙ୍ଗା ବ୍ଲକ ର ମିଳିତ ଉଦ୍ୟମ ରେ କେସିଙ୍ଗା ବ୍ଲକ ସଭା ଗୃହରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କ ନେତୃତ୍ବରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧ ରେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବ୍ଲକ ସ୍ତରୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ କେସିଙ୍ଗା ଏସ.ଡ଼ି.ପି.ଓ. ସନ୍ଦିପ କୁମାର ମାଝୀ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ବିଷୟ ରେ ଆଲୋକପାତ କରିଥିଲେ,ଏବଂ କେସିଙ୍ଗା ସହରର ୱାର୍ଡ ନ ୮ରେ ଥିବା ୮ଟି କୁଚିଆ ମଦ ଦୋକାନ କୁ ୱାର୍ଡ ବାସୀ ମିଳିତ ଉଦ୍ୟମ ରେ ବନ୍ଦ କରି ଥିବା ଉଦାହରଣ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଗରିବ ଲୋକମାନେ ଦୁଇ ପଇସା ରୋଜଗାର କରି ପରିବାର ପୋଷିବା ପରିବର୍ତ୍ତେ ମଦ ଗଞ୍ଜେଇ ନିଶାରେ ଟଙ୍କା ଖର୍ଚ୍ଚ କରିଛନ୍ତି ଯାହାଫଳରେ ପରିବାର ପ୍ରତି ପୋଷଣ ରେ ସମସ୍ୟା ଦେଖା ଯାଉଛି।ସେଥିପାଇଁ ଜିଲା ଅବକାରୀ ଓ ବ୍ଲକ ପ୍ରଶାସନ ପକ୍ଷରୁ ୧୭ ତାରିଖ ଠାରୁ ୨୫ତାରିଖ ଯାଏ କେସିଙ୍ଗା ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଏହି ସଚେତନତା ଅଭିଯାନ ପ୍ରକ୍ରିୟା ଚାଲୁ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଣ୍ଣୟ ନିଆଯାଇଛି। ଏହି ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ,ବିଷାକ୍ତ ଦ୍ରବ୍ୟ ବିରୋଧ ରେ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରୁ ମଙ୍ଗଳବାର ଠାରୁ ଏହି ସଚେତନତା ଅଭିଯାନକୁ ଆରମ୍ଭ କରିଛି। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ବର ମେହେର, କେସିଙ୍ଗା ଅବକାରୀ ବିଭାଗର ଶବ ଇନିସପେକ୍ଟର ବିଶ୍ୱଜିତ ଆରୁକ, ଏପିଓ ଙ୍କ ସମେତ ବ୍ଲକର ତୁଣ୍ଡଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସରୋଜ ସେଠି, ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ର ସରପଞ୍ଚ କେଶୁଲାଲ ତାଣ୍ଡି,ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର,ତହସିର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମମତାରାଣୀ ନାଗ,ବ୍ଲକ ର ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା, ଏମବିକେ, ବ୍ୟାଙ୍କ ମିତ୍ର ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିଲେ। ଏହି ଅଭିଯାନକୁ କିପରି ସଫଳ ରୂପାୟନ କରିବେ ସେ ବିଷୟରେ ଅତିଥିମାନେ ଉଦବୋଧନ ଦେଇଥିଲେ।