ଇଣ୍ଡିଆ ବୁକ ଅଫ ରେକର୍ଡରେ ତିନି ବର୍ଷର ଶିଶୁ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସ୍କୁଲ ବାରଣ୍ଡା ମାଡି ନ ଥିବା କୁନି ପୁଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନୀତ କରିଛନ୍ତି। ଯେଉଁ ବୟସରେ କଥା କହୁ କହୁ ପାଟି ଲାଗିଯାଏ ସେହି ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ, ଇଂରାଜୀରେ ପଶୁ, ପକ୍ଷୀ, ଫୁଲ, ଫଳ, ମନ୍ତ୍ର ଶ୍ଳୋକ ମନେ ରଖି ନିର୍ଭୁଲ ଭାବରେ କହି ନିଜର ଚମତ୍କାର ପ୍ରତିଭାକୁ ପ୍ରକାଶ କରିଛନ୍ତି। ଏହି କୁନି ପୁଅର ନାଁ ହେଉଛି ତନୁଶ ଶେଖର ନାଏକ ବୟସ ୩, ବାପା ଟିକେ ନାଏକ ଓ ମାଆ ମଞ୍ଜୁଲତା ନାଏକ। ଗାଁ ପରାଶରା ବ୍ଲକ ବୋଡେ଼ନ ଜିଲ୍ଲା ନୂଆପଡା ବର୍ତ୍ତମାନ ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ ଚାକିରୀ କରୁଛନ୍ତି। ପୁଅର ଏହି ଚମତ୍କାର ପ୍ରତିଭା ପାଇଁ ନିଜ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇବା ସହିତ ପୁଅର ଉଜ୍ଜଲ ଭବିଷ୍ୟତ କାମନା କରିଛନ୍ତି। ମାଆ ମଞ୍ଜୁଲତା ନାଏକ ପ୍ରତିଦିନ ପୁଅକୁ ଗୀତ ଗପ ପାଠ କହୁଥିବା ବେଳେ ପୁଅ ତାକୁ ସଙ୍ଗେ ସଙ୍ଗେ ମନେ ରଖି ଦେଉଥିବାରୁ ପରିବାର ଲୋକେ ଏହି ବିଚକ୍ଷଣ ସ୍ମରଣ ଶକ୍ତିକୁ ଜାଣି ପାରି ଆହୁରି ଅଧିକ ଧ୍ୟାନ ଦେବା ଫଳରେ ବର୍ତ୍ତମାନ ଯେ କୌଣସି ପାଠକୁ ମଧ୍ୟ ମନେ ରଖି ଦେଉଛି ବୋଲି ପରିବାର ଲୋକେ ଖୁସି ବ୍ୟକ୍ତ କରିଥିଲେ।