ଖଣି ପ୍ରଭାବିତ ଅଞ୍ଚଳରେ ଲାଞ୍ଜିଗଡ଼ ବିଧାୟକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ):କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଖଣି ପ୍ରଭାବିତ ଅଞ୍ଚଳର ଅଡ୍ରି,ମାଲିଗାଁ ଓ ଗୋପୀନାଥପୁର ଗ୍ରାମପଞ୍ଚାୟତ ର ଅନେକ ଗାଁ କୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ପରିଦର୍ଶନ କରି ଘର ଘର ବୁଲି ଆଦିବାସୀ ମାନଙ୍କ ସହ ଆଲୋଚନା କରିଛନ୍ତି।ତାଙ୍କର ସମସ୍ୟା ଶୁଣିଛନ୍ତି ଓ ଏହାର କିପରି ଆଗାମୀ ଦିନରେ ସମାଧାନ ହେବ ସେ ଦିଗରେ ପଦକ୍ଷେପ ନେବି ବୋଲି କହିଛନ୍ତି।ଉକ୍ତ ଗ୍ରାମପଞ୍ଚାୟତ ଗୁଡିକ ଉତ୍କଳ ଆଲୁମିନା ଖଣି ଖନନ ଦ୍ୱାରା ପ୍ରଭାବିତ ଏହି ଅଞ୍ଚଳରେ ପାନୀୟ ଜଳ,ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ ଭଳି ଅନେକ ମୌଳିକ ସୁବିଧା ନାହିଁ।କମ୍ପାନୀ ମଧ୍ୟ ଯାହା ପ୍ରତିଶ୍ରୁତି ଦେଇଛି ତାହା ଠିକ ଭାବେ ପୂରଣ କରୁନଥିବା ଅଭିଯୋଗ କରିଛନ୍ତି ଆଦିବାସୀ।ତେବେ ବିଧାୟକ ଆଦିବାସୀ ମାନଙ୍କ ପାଇଁ ଯେଉଁ ସରକାରୀ ଯୋଜନା ଓ ବ୍ୟବସ୍ଥା ରହିଛି ସେଥିରେ ସେମାନେ କିପରି ଲାଭ ପାଇ ପାରିବେ ଓ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ ସେ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଥିବା ଶିକ୍ଷିତ ଯୁବକ ଯୁବତୀ ଙ୍କୁ କିପରି ବିଭିନ୍ନ ଟ୍ରେନିଂ ମିଳିବ ଆଉ ସେମାନେ ସମାଜର ବିଭିନ୍ନ ଦିଗରେ କାମ କରିବେ ତାହା ଲୋକଙ୍କୁ ବୁଝାଇଥିଲେ।ବିଶେଷ କରି ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ରହିଛନ୍ତି ସେମାନେ କିପରି ସରକାରୀ ସ୍ତରରେ ହେଉ ଅବା ବ୍ୟାଙ୍କ ଋଣ ପାଇବେ ଓ ତାହାକୁ ବିଭିନ୍ନ ପ୍ରକାର ରୋଜଗାର ପାଇଁ ଲଗାଇବେ ତାହା ମଧ୍ୟ ବିଧାୟକ ଆଲୋଚନା କରିଛନ୍ତି।ତେବେ ବିଧାୟକ ଙ୍କ ଏପରି ପ୍ରୟାସ କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।