କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ଆମପାଣି ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମପାଣି ଧାନ ମଣ୍ଡିରେ ଆୟୋଜିତ ସଂକଳ୍ପ ସଭା କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଗୋପିଚାନ୍ଦ ନାଏକ, ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଘନଶ୍ୟାମ ନାଏକ, ଅର୍ଜୁନ ଭାଟି, ଗରୁଡ଼ଧୂଜ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ବରାଡ଼ଙ୍ଗା ସରପଞ୍ଚ ନିରୂପମା ସେଠି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାର ଙ୍କ ୧ ବର୍ଷ ପୁର୍ତ୍ତି କୁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶା ର ସ୍ୱପ୍ନ କୁ ବାସ୍ତବିକତା ରୂପ ନେଇଛି। ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ସମସ୍ତ କର୍ମକର୍ତ୍ତା ଲୋକଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ କର୍ମିଙ୍କୁ ପରାମର୍ଶ ଦେଇଥିଲେ। ଏହି ସଂକଳ୍ପ ସଭାରେ ବିଜେଡି ଓ କଂଗ୍ରେସ ଦଳ ର କିଛି କର୍ମି ବିଜେପି ଦଳରେ ବିଧାୟକ ଙ୍କ ନେତୃତ୍ବରେ ସାମିଲ ହୋଇଥିଲେ। ସଂକଳ୍ପ ସଭାକୁ ନକୁଲ ନାଏକ ଓ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ମହିଳା ମୋର୍ଚ୍ଚାରୁ ପ୍ରାଞ୍ଜଳି ପ୍ରଧାନ, କିଷାନ ମୋର୍ଚ୍ଚାରୁ ଧନଞ୍ଜୟ ବାଗ, ଏସସି ମୋର୍ଚ୍ଚାରୁ କୁମୁଦ ସେଠି, ଏସଟି ମୋର୍ଚ୍ଚାରୁ ଖଗେଶ୍ବର ବାଣୁଆ, ଓବିସି ମୋର୍ଚ୍ଚା ରୁ ଭୁବନେଶ୍ୱର ନାଏକ ସମେତ ଉପ ସଭାନେତ୍ରୀ ଧରିତ୍ରୀ ବାଗ, ଭଜମନ ନାଏକ, ଲକ୍ଷ୍ମଣ ଗୋପାଳ, ଟଙ୍କଧର ନାଏକ, ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରି ଓ ତୁଲାରାମ ନାଏକ, ଚୌବନ ମେହେର, କୃଷ୍ଣଚନ୍ଦ୍ର ନାଏକ, ଉଦ୍ଧବ ଚଳାନ, ପାରେଶ୍ୱର ପୁଝାରି, ସବିତା ମାଝୀ, ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।