ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦୋହଣା ଗ୍ରାମ ପଞ୍ଚାୟତ ସ୍ତରୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରଦ ଚନ୍ଦ୍ର ସାହୁ ସ୍ଥାନୀୟ ସରପଞ୍ଚ କମଳା ପୂଜାରୀ, ନାଏବ ସରପଞ୍ଚ କନକ ପାଇକ, ଜିପିଓ ପ୍ରସନ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ବିଧାୟକ ମାଝୀ କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଗୁଡିକ ବିସ୍ତୃତ ଭାବେ ଲୋକ ବୁଝାଇ ଥିଲେ। ରାଜ୍ୟ ସରକାରଙ୍କ ଏକ ବର୍ଷ ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ର ଉପଲବ୍ଧି ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ କିଛି ହିତାଧିକାରୀ ମାନଙ୍କୁ ଘର,ପେନସନ,ପଟା, ଚାଉଳ କାର୍ଡ ବଣ୍ଟନ କରିଥିଲେ। ଏଥିରେ ଦୋହଣା ପଞ୍ଚାୟତ ସମସ୍ତ ହିତାଧିକାରୀ ମାନଙ୍କ ସହିତ ଆଶା,ଅଙ୍ଗନବାଡି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ।