ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ  ମୈଦଲପୁର ଲ୍ୟାମ୍ପସ ରେ ହେରଫେର ଓ ଅନିୟମିତତା ହେବା ନେଇ ଲ୍ୟାମ୍ପସର ୫ ଜଣ ଡାଇରେକ୍ଟର ଗତ ତା ୧୬.୦୬.୨୫ ରିଖ ସୋମବାର ଦିନ ସାମ୍ୱାଦିକଙ୍କୁ କୌଣସି ଲିଖିତ ଭାବେ ନଜଣାଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅନୁରୋଧ ରକ୍ଷା କରି ସମସ୍ତ ସାମ୍ୱାଦିକ ଖବର ସଂଗ୍ରହ କରିବା ପାଇଁ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ପରେ ଉକ୍ତ ସାମ୍ୱାଦିକ ସମ୍ମିଳନୀର ଖବର କିଛି ଗଣମଧ୍ୟାମ  ପ୍ରକାଶିତ ହେବା ସହ କିଛି ଗଣମାଧ୍ୟମ ରେ ପ୍ରକାଶ ନହେବା ହେତୁ ଡାଇରେକ୍ଟର ମହେଶ୍ୱର ବାଗ ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆପତ୍ତିଜଜନକ ମନ୍ତବ୍ୟ ଦେବା ସହ ସମାଲୋଚନା କରିବା ଓ ଅଶାଳୀନ ମନ୍ତବ୍ୟ ତାଙ୍କ ଫେସବୁକ୍ ପେଜରେ ପୋଷ୍ଟ କରି  ସାମ୍ୱାଦିକ ଙ୍କୁ ତାଛଲ୍ୟ କରିଥିଲେ । ଉକ୍ତ ପୋଷ୍ଟ୍ ରେ ଶ୍ରୀ ବାଗ ସାମ୍ବାଦିକଙ୍କୁ କିଣା ସାମ୍ବାଦିକ, ଲୋଭାଶକ୍ତ, ଶସ୍ତା ସାମ୍ବାଦିକ ବୋଲି ବହୁ କଟୁ ମନ୍ତବ୍ୟ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ସାମ୍ୱାଦିକ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ସମାଜରେ ସାମ୍ବାଦିକତାକୁ  ଖୁର୍ଣ୍ଣ କରିବା ସହ ସମ୍ମାନ ହାନି ହୋଇଛି।  ଏନେଇ ଆଜି ପାପଡାହାଣ୍ଡି ପ୍ରେସ କ୍ଲବ ସଭାପତି ଏନ ଜନାର୍ଦ୍ଦନ ରାଓ ଙ୍କ ସଭାପତିତ୍ୟ ରେ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ଏକ ଲିଖିତ ଏତଲା ଦିଆଯାଇଛି। ଏଣୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ୱାଦିକ ସପ୍ନଜିତ ପଟ୍ଟନାୟକ, ସୁଜିତ୍ ନାୟକ, ଆକାଶ ବିଷୋୟୀ, କୈଳାସ ଚନ୍ଦ୍ର ବିଷୋୟୀ, ପ୍ରବୀଣ ସତନାମି, ସନ୍ତୋଷ ସାହୁ, ଗୌତମ ଅଗ୍ରୱାଲ, ନିର୍ମଳ ବିଷୋୟୀ, ଅନିଲ ଭତ୍ରା, ଗୁଫରାନ, ସନ୍ତୋଷ ହରିଜନ, ସୀତାକାନ୍ତ ବିଷୋୟୀ, ରାଜୁ ପାଣିଗ୍ରାହୀ, ତରୁଣ ବିଷୋୟୀ, କିଶୋର ବିଷୋୟୀ , ସନ୍ତୋଷ ପାଣିଗ୍ରାହୀ, ବିଜୟ ବିଷୋୟୀ , ନନ୍ଦ କୁମାର ବିଷୋୟୀ , ରବୀନ୍ଦ୍ର ପାଲ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିକରି ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଦୀପକ କୁମାର ଜେନା କହିଛନ୍ତି।