କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ନିଷ୍ପତି ଅନୁଯାୟୀ ବୁଧବାର ସକାଳ ୧୦ ଘଣ୍ଟା ଠାରୁ ଆରମ୍ଭ ହେଲା କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ ଦଫା ଦାବି ନେଇ ଶାନ୍ତିପୂର୍ଣ ହରତାଳ। ପୁରୁଣା ଷ୍ଟେଟବ୍ୟାଙ୍କ ପାଖରେ ଅନୁଷ୍ଠିତ ହେଉଥିବା ଉକ୍ତ ଆନ୍ଦୋଳନ ଯେବେ ପର୍ଯ୍ୟନ୍ତ ସମସ୍ତ ଦାବୀ ପୁରଣ ନ ହେବ ସେତେ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।ଦାବୀ ଗୁଡ଼ିକ ମଧ୍ୟରେ ଟ୍ରାଫିକ ସମସ୍ୟା ରୁ ମୁକୁଳିବା ପାଇଁ ତହିଁସିର ରୁ ଯୋଲକୋ ପର୍ଯ୍ୟନ୍ତ ବାଏ ପାସ ରାସ୍ତା,କେସିଙ୍ଗା ରୁ ଭୁବନେଶ୍ଵର ପାଇଁ ସିଧାସଳଖ ଟ୍ରେନ, ୪୦ ବର୍ଷ ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ର ପୁନରୁଦ୍ଧାର , କେସିଙ୍ଗା ମେଡିକାଲ ର ବିଭିନ୍ନ ସମସ୍ୟାର ସମାଧାନ ଏମିତି ୧୦ ପ୍ରମୁଖ ଦାବୀ ନେଇ ପ୍ରଥମ ଦିନ ପ୍ରଥମେ ସକାଳେ ଏକ ରେଳି ବାହାରି ଆନ୍ଦୋଳନ ସ୍ଥଳୀ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରଥମ ଦିନରେ ମଞ୍ଚ ସଭାପତି ଉତ୍ତର ମହଲା, ସମ୍ପାଦକ ବଂଶୀ ପାଣି ସାହା, ରମାକାନ୍ତ ଜେନା,ବିନୋଦ ଜୈନ,ନଳୀନ ପଟ୍ଟନାୟକ, କ୍ଷୀରୋଦ ଦାସ ପ୍ରମୁଖ ଆନ୍ଦୋଳନ ରେ ବସିଥିବା ବେଳେ ତାଙ୍କ ସହିତ, ରୋହିତ ଭୋଇ, ମୋତି ସାହୁ,ସଦା ମାଝୀ,ରାମଲାଲ ସୁନାନୀ, ପର୍ଶୁରାମ ପାଢ଼ୀ,ରାମଜୀ ମାତଖଣ୍ଡିଆ, ରଘୁରାଜ ସିଂ,ଓକିଲ ସଂଘ ସଂପାଦକ ଯୁଗଳ କିଶୋର ଦୀପ,ରୋହିତ ଜୈନ, ମୋତି କୈବର୍ତ୍ତ,କେସିଙ୍ଗା ବିଶ୍ଵହିନ୍ଦୁ ପରିଷଦ ର ଉପ ସଭାପତି ଶଙ୍କରଲାଲ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।