କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ନିର୍ଦ୍ବନ୍ଦ୍ବରେ କଲମପୁର ସମିତି ସଭ୍ୟଙ୍କ ବାଜିମାତ ହୋଇଛି। ପୂର୍ବତନ ଅଧ୍ୟକ୍ଷ ମୋତୀ ବିହାରୀଙ୍କ ଅନାସ୍ଥାରେ ହାରିବା ପରେ ଆଜି ସରକାରଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ କୋକସରା ବିଡ଼ିଓ ଡଃ. ହିମାଞ୍ଚଳ ମାଝୀଙ୍କ ଦାୟିତ୍ୱରେ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥଲା। ବିଜେପି ସମର୍ଥନରେ ଏକମାତ୍ର ପ୍ରାର୍ଥୀ ଭାବରେ କଲମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଜ୍ୟୋତି ନାଏକ ଅଧ୍ୟକ୍ଷ ପଦପାଇଁ ନାମାଙ୍କନ ଭରିଥିଲେ। ନିର୍ସଦ୍ଧାରିତ ମୟ ମଧ୍ୟରେ କେହି ନାମାଙ୍କନ ନ ଭରିବାରୁ ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ସୂଚନା ଯୋଗ୍ୟ ଯେ’ ଗତ ଏପ୍ରିଲ ମାସରେ ଏହି ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ ହୋଇଥିଲା। ମୋତୀ ବିହାରୀ ଅନାସ୍ଥା ଭୋଟରେ ପଦ ହରେଇଥିଲେ। ଜ୍ୟୋତି ନାଏକ ସମିତି ଅଧ୍ୟକ୍ଷ ଘୋଷିତ ହେବାପରେ ଜ୍ୟୋତିଙ୍କ ସମର୍ଥକ ଓ ବିଜେପି କର୍ମୀ ସମ୍ବର୍ଦ୍ଧନା ଜଣାଇଥିଲେ। ଜିତିବା ପରେ ସମର୍ଥକଙ୍କ ସହ ଜ୍ୟୋତି ବ୍ଲକ କାର୍ଯ୍ୟାଳୟ ଠାରୁ କଲମପୁର ସହରକୁ ପଦଯାତ୍ରା କରି ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଦେଇ ନିର୍ମାଲ୍ୟ କ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଆଗକୁ କଲମପୁରର ଉନ୍ନତି ଓ ବିକାଶ କାର୍ଯ୍ୟରେ ମୋର ଲକ୍ଷ୍ୟ ରହିବ ଓ କଲମପୁର ବ୍ଲକ କୁ ଏକ ଆଦର୍ଶ ବ୍ଲକ ରୁପେ ଗଢି ତୋଳିବୁ ବୋଲି ଜ୍ୟୋତି ମତବ୍ୟକ୍ତ କରିଥିଲେ।