ଜୟପାଟଣା/କ୍ତାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ମଦନ ପୁଝାରିଙ୍କ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ୭୨ ବର୍ଷ ହୋଇଥିଲା।କିଛି ମାସ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ଆଜି ତାଙ୍କର ପରିବାରବର୍ଗଙ୍କ ଉପସ୍ଥିତ ଗାଁ ଶ୍ମଶାନରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସଂପନ୍ନ ହୋଇଛି।ସେ ସର୍ଗିଗୁଡା ଗ୍ରାମପଞ୍ଚାୟତ ଗଠନ ହେବା ପରେ ପ୍ରଥମ ସରପଞ୍ଚ।ସେ ଦୁଇ ଥର ସରପଞ୍ଚ ରହିଥିବା ବେଳେ ବିଭିନ୍ନ ପ୍ରକାର ଲୋକାଭିମୁଖୀ କାର୍ଯ୍ୟ କରିଥିଲେ।ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।