ବଡ଼କୁଟରୁ ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ସ୍ଵାଗତ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟରୁ ଗ୍ରାମ ପଞ୍ଚାୟତଠାରେ ବିକାଶ ବାହନ ରଥକୁ ବୁଧବାର ସ୍ଵାଗତ କରାଯାଇଥିଲା। ବଡ଼କୁଟରୁ ସରପଞ୍ଚ ଗଣେଶ ପଣ୍ଡାଙ୍କ ସଭାପତିତ୍ବରେ ବିକାଶ ବାହନ ରଥ ସ୍ଵାଗତ କାର୍ଯ୍ୟକ୍ରମରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ ମୁଖ୍ୟଅତିଥି, ମୁନଗୁର ପୂର୍ବତନ ସରପଞ୍ଚ ବିଜୟ ପଣ୍ଡା ମୁଖ୍ୟ ବକ୍ତା, ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ ସ୍ୱତନ୍ତ୍ର ଅତିଥି, ପୂର୍ବତନ ସରପଞ୍ଚ ଗଙ୍ଗାଧର ପଣ୍ଡା, ବରିଷ୍ଠ ବିଜେପି ସଂଗଠକ ଘନଶ୍ୟାମ ନାଏକ, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ଆଇସିଡିଏସ ସୁପରଭାଇଜର ବାସନ୍ତୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଜନସଧାରଣଙ୍କୁ ସୁଚନା ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସମସ୍ତ ବିଭାଗୀୟ କର୍ମଚାରୀ, ସିଆର୍ପି, ଏମବିକେ, ମହିଳା ଗୋଷ୍ଠୀର ସଭ୍ୟାଙ୍କ ସମେତ ଅଞ୍ଚଳର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ। ସମସ୍ତ ବିଭାଗରୁ ଷ୍ଟଲ କରି ସରକାରୀ ଯୋଜନା ଗୁଡିକ ଲୋକଙ୍କୁ ବୁଝାଇ ଥିଲେ । ଏହି ରଥ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଓ ସେବାମୂଳକ କାର୍ଯ୍ୟ ଗ୍ରାମର ଲୋକଙ୍କ ସାମ୍ନାରେ ପ୍ରଦର୍ଶିତ କରାଯାଇଥିଲା। ଏଲଆଇ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିଲେ।