ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜ୍ୟ ସରକାର ଗଠନର ବର୍ଷେ ପୂର୍ତ୍ତି ଅବସରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀ ମାନଙ୍କ ସହଯୋଗ ଏବଂ ଭାଗିଦାରୀ ପାଇଁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କୀତ ବିକାଶ ବାହନ ପରିକ୍ରମଣର ଶୁଭାରମ୍ଭ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ମହାଳିଙ୍ଗ ଓ ଲେତେର ପଞ୍ଚାୟତ ରେ ଆଜି ବିକାଶ ବାହନ ଯାତ୍ରା ରଥ କୁ ସ୍ୱାଗତ କରାଯାଇଥିଲା ଏହି ଉତ୍ସବରେ କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ, ମହାଳିଙ୍ଗ ସରପଞ୍ଚ ଗୌରୀ ଚନ୍ଦନ, ପିଇଓ ରମା କାନ୍ତ ମହାପାତ୍ର ଯୋଗାଣ ସହାୟକ ଉତ୍ତମ କୁମାର ସିଂ, ଲେତେର ସରପଞ୍ଚ ଦମୟନ୍ତି ଭୋଇ, ପିଇଓ ରାଜମନ ଶବର, ଏମଆଇ ଦିବ୍ୟରାଜ ଭୋଇ ସମେତ ବ୍ଲକ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।